ରାୟଗଡ଼ା ଜିଲ୍ଲା ପଦ୍ମପୁର ରେ ରାସ୍ତା ଉପରେ ବସ…ଘୋଷଣା ରହିଗଲା ବସଷ୍ଟାଣ୍ଡ…ଟ୍ରାଫିକ ସମସ୍ୟା ରେ ଯୁଝି ହେଇଛନ୍ତି ସହରବାସି।ପଦ୍ମପୁର ସହର ଜିଲ୍ଲା ର ଏକ ନମ୍ୱର୍ ବ୍ଲକ।ଶିକ୍ଷା ବାଣିଜ୍ୟ କ୍ଷେତ୍ର ରେ ଆଗୁଆ ରହିଛି।ରାଜାନୀତି କ୍ଷେତ୍ର ରେ ମଧ୍ୟ ସବୁ ଠାରୁ ଜିଲ୍ଲା ର ପଦ୍ମପୁର ବ୍ଲକ ଏକ ନମ୍ୱର୍ ।କହିଲେ ସବୁ ଦଳର ନେତା ମାନେ ପଦ୍ମପୁର ରୁ ଆରମ୍ଭ କରିଥାନ୍ତି।
ହେଲେ ବ୍ଲକ ବାସିନ୍ଦା ବିଭିନ୍ନ ସମସ୍ୟା ରେ ବର୍ଷ ବର୍ଷ ଧରି ପଡ଼ିଛନ୍ତି ପିଇବା ପାଣି ଠାରୁ ଆରମ୍ଭ କରି ଟ୍ରାଫିକ ସମସ୍ୟା ହେଲେ ବି ପ୍ରଶାସନ ଠାରୁ ଆରମ୍ଭ କରି ରାଜନେତା ସମସ୍ତେ ଦେଖି ନଦେଖିଲା ପରି ଚୁପ୍ ରହିଥିବା ମନେ ହେଉଛି।ବିଶେଷ କରି ଜଗମଣ୍ଡା ଠାରୁ ସୁନାରିଘାଇଛକ,ସେପଟେ ତ୍ରିନାଥ ମନ୍ଦିର ଏପଟେ ଜାତ୍ତିଲି ଛକ ପର୍ଯ୍ୟନ୍ତ ଦିନ କୁ ଦିନ ଟ୍ରାଫିକ ସମସ୍ୟା ଉଦବେଗ ଭାବରେ ବଢ଼ିବାର ଲାଗିଛି।ରାସ୍ତା ଉପରେ ଭାରିଯାନ ରଖି ଜିନିଷ ପତ୍ର ଅନ୍ ଲୋଡ଼ିଂଗ ସହ ଉଠା ଦୋକାନୀ ଙ୍କ ରାସ୍ତା ଉପରେ କବାଜା ।ସନ୍ଧ୍ୟା ହେଲେ ନ କହିବା ଭଲ।ଆଗରେ ଗୋଟିଏ ଭାରିଯାନ ଯାଉ କି ଟ୍ରାକ୍ଟର ଯାଉ ପଚ୍ଛରେ ଥିବା ବାଇକ୍ ହେଉ ଆମ୍ବୁଲାନ୍ସ ଆଗକୁ ଯିବାକୁ ରାସ୍ତା ମିଳୁନି।ସୁନାରି ଘାଇ ଛକ ରୁ ଜଗମଣ୍ଡା ୧ କିମି ରାସ୍ତା ପାର ହେବାକୁ ଲାଗୁଛି ୧୫ରୁ ୨୦ମିନିଟ ସମୟ ।ଏହି ପୁର୍ତ୍ତ ବିଭାଗ ରାସ୍ତା କୁ କେବେ ୪ଟିକିଆ ରାସ୍ତା ହେଉଛି।ତାହା ଆଲୋଚନା ହେଉଛି।ବସଷ୍ଟାଣ୍ଡ ଘୋଷଣା ହେଲା ଜାଗା ବି ଚିହ୍ନଟ କଲା ରାଜ୍ୟ ପରିବହନ ବିଭାଗ ସେତିକିରେ ଚୁପ୍ ବସିଛି।ଫଳରେ ବସ ଗୁଡ଼ିକ ଆସିଲେ ରାସ୍ତା ଉପରେ ଘଣ୍ଟା ଘଣ୍ଟା ରହୁଚି।ସନ୍ଧ୍ୟା ହେଲେ ବୁଲା ଗାଈ ଗୋରୁ ଆଉ ଫାଷ୍ଟ ଫୁଡ୍ ଦୋକାନ ଗୁଡ଼ିକ ରାସ୍ତା ଉପରେ ।ଫଳରେ ସଙ୍କୁଚିତ ହେଉଛି ରାଜ ରାସ୍ତା।ଦିନରେ ବିଜୟା ନନ୍ଦ ସରକାରୀ ହାଇସ୍କୁଲ ରୁ ସୁନାରି ଘାଇ ପର୍ଯ୍ୟନ୍ତ ବେପାରୀ ମାନେ ଡ୍ରେନ ଉପରେ କବଜା କରି ରାସ୍ତା କୁ କରୁଚ୍ଚନ୍ତି ସଙ୍କୁଚିତ । ବସ ଷ୍ଟାଣ୍ଡ ମଧ୍ୟ ନଥିବାରୁ ବସ, ଅଟୋ ଗୁଡ଼ିକ ରାସ୍ତା ଉପରେ ରହୁଛି ଫଳରେ ଦିନ କୁ ଦିନ ଟ୍ରାଫିକ ସମସ୍ୟା ଉଦବେଗ ଭାବରେ ବଢ଼ିବାର ଲାଗିଛି ବୋଲି ବୁଦ୍ଧି ଯିବି ମାନେ ଆଲୋଚନା କରୁଛନ୍ତି।ଏଣୁ ବ୍ଲକ ପ୍ରଶାସନ ଓ ପୂର୍ତ୍ତ ବିଭାଗ ଏହି ରାସ୍ତା କୁ ୪ଟିକିଆ ମୁଚୁକି ପଦର ଛକ ପର୍ଯ୍ୟନ୍ତ ଓସାର କରିବା ସହ ଟ୍ରାଫିକ ସମସ୍ୟା କିପରି ଦୂର ହେବ ତାହା ନଜର ରଖିବାକୁ ସାଧାରଣ ରେ ଆଲୋଚନା ହେଉଛି।





