ଡିଲରଙ୍କୁ ସାହାଯ୍ୟ କରିବାକୁ ଯାଇ ଯୋଗାଣ ଅଧିକାରୀଣି ହରଡ଼ ଘଣାରେ | ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ଦାଖଲ |

👇समाचार सुनने के लिए यहां क्लिक करें

ଡିଲରଙ୍କୁ ସାହାଯ୍ୟ କରିବାକୁ ଯାଇ ଯୋଗାଣ ଅଧିକାରୀଣି ହରଡ଼ ଘଣାରେ |
ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ଦାଖଲ |

ନୀଳଗିରି;୧୯/୫(ସିଧାସମ୍ବାଦ); ଆଜି ଜିଲ୍ଲାପାଳଙ୍କ ଦ୍ୱାରା ଆଗତ ନୀଳଗିରି ବ୍ଲକ ସମ୍ମିଳନୀ କକ୍ଷରେ ଅଭିଯୋଗ ଶୁଣାଣିରେ ଯୋଗାଣ ବିଭାଗ ଅଧିକାରିଣୀ ନରଣପୁର ଠାରେ ଥିବା ଡିଲର ମା ଗାୟତ୍ରୀ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଘଣ୍ଟ ଘୋଡ଼ାଉଥିବାରୁ ତାଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ମଧ୍ୟ ନା ଯୋଗାଣ ଅଧିକାରୀଣି ନା ବିଡିଓ କେହି କର୍ଣ୍ଣପାତ କରୁନଥିବାରୁ ଆଜି ନୀଳଗିରି ଠାରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ପ୍ରକୋଷ୍ଠରେ ଅଭିଯୋଗ ହେବା ପରେ ଜିଲ୍ଲାପାଳ ଯୋଗାଣ ଅଧିକାରୀଣିଙ୍କୁ ଡାକି ତାଗିଦ କରିଥିଲେ। ଯୋଗାଣ ଅଧିକାରିଣୀ ଓ ଡିଲର ଦିବ୍ୟାଙ୍ଗ
ବ୍ୟକ୍ତିଙ୍କ ଝିଅର ରାସନ ରାସନ ସାମଗ୍ରୀକୁ ଦୀର୍ଘ ବର୍ଷ ଧରି ହଡ଼ପ କରି ଚାଲିଥିବା ବେଳେ ଏନେଇ ଦିବ୍ୟାଙ୍ଗଙ୍କ ଅଭିଯୋଗ ପରେ ସମସ୍ତ ରାସନ ଚାଉଳକୁ ଫେରିଥିବା କହି ସମସ୍ୟାର ସମାଧାନ ହୋଇଯାଇଥିବା ଜିଲ୍ଲାପାଳଙ୍କ ଜନଶୁଣାରେ ମତ ରଖି ନିଜ ମୁଣ୍ଡରୁ ଆଠା ଛଡ଼ାଇବାର ଅପଚେଷ୍ଠା କରିଥିଲେ ହେଁ ସୂଚନା ତଥ୍ୟଅନୁଯାଇ ୩ଜଣ ମୃତ ବ୍ୟକ୍ତିଙ୍କ ରାସନ ସାମଗ୍ରୀ କାହାର ୮ବର୍ଷ, ୨ବର୍ଷ ଓ ୪ବର୍ଷ ଧରି ସାମଗ୍ରୀକୁ ହଡ଼ପ କରି ଭୂତ ରାସନ ସାମଗ୍ରୀକୁ ଲୁଚାଇବାକୁ ବିଫଳ ଯୋଜନା କରିଥିଲେ। ଜିଲ୍ଲାପାଳ ସାମଗ୍ରୀ ସବୁ
କୁଆଡେ ଗଲା ବୋଲି ପ୍ରଶ୍ନ ପଚାରିବାରୁ ଯୋଗାଣ ଅଧିକାରିଣୀ ହଡବଡେଇ ଯାଇଥିଲେ। ଯୋଗାଣ ଅଧିକାରୀଣୀଙ୍କ ଉତ୍ତରରେ ଜିଲ୍ଲାପାଳ ସନ୍ତୁଷ୍ଟ ନହୋଇ ବିଡିଓଙ୍କୁ ସଠିକ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଠାରେ ପ୍ରଶ୍ନ ଉଠେ ତୁତ ମୁତୁରୀ ମୁଁ ତ ମୁତୁରୀ….. ନ୍ୟାୟରେ ବିଡିଓ ସଠିକ ତଦନ୍ତ କରିବେ ତ। ଆଗାମୀ ଦିନରେ ବିଡିଓ କି ତଦନ୍ତ କରୁଛନ୍ତି ଓ ଜନସାଧାରଣ କି ନ୍ୟାୟ ପାଉଛନ୍ତି ତାହା ଦେଖିବାର ବାକି ରହିଲା।

Sidha Sambad
Author: Sidha Sambad

Leave a Comment

और पढ़ें