ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ।
ନୀଳଗିରି- ୧୯/୦୫(ସିଧାସମ୍ବାଦ);
ସୋମବାର ସକାଳ ୭ଘଟିକାରେ ସ୍ଥାନୀୟ ପଞ୍ଚାୟତସମିତି ସମ୍ମିଳନୀ କକ୍ଷରେ ବାଲେଶ୍ଵର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟଵଂଶି ମୟୂର ବିକାଶ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରାଜ ପ୍ରାସାଦଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପଞ୍ଚାୟତସମିତି ଅଧ୍ୟକ୍ଷା ଶ୍ରୀମତୀ ଶୁଭଲକ୍ଷ୍ମୀ ମାଝୀ,ବାଲେଶ୍ଵର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ ସିଂହ ,ଜିଲ୍ଲା ମୁଖ୍ୟଚିକିତ୍ସାଧିକାରି ଡ଼ା ସୁଶାନ୍ତ କୁମାର ନାୟକ, ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ, ତହସିଲଦାର ଶ୍ରୀମତୀ ସୋନମ୍ ଦାସ , ଗୋଷ୍ଠୀଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ପରିଡା ଙ୍କ ସମେତ ଜିଲ୍ଲା ଓ ଉପଖଣ୍ଡସ୍ତରୀୟ ବିଭିନ୍ନ ବିଭାଗୀୟ ପଦାଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ନୀଳଗିରି ବ୍ଲକ ଅଧିନସ୍ଥ ୨୫ ଗୋଟି ପଞ୍ଚୟତରୁ ୧୦୪ଜଣ ଅଭିଯୋଗକାରୀ ନିଜନିଜର ନାମ ପଞ୍ଜିକରଣ କରି ଅଭିଯୋଗ ଫର୍ଦ୍ଦ ଉପସ୍ଥାପନ କରିଥିଲେ।ଏଥିରେ ୯୦ଗୋଟି ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ବାର୍ଦ୍ଧକ୍ୟ ଭତ୍ତା,
ପି.ଏମ.ଆବାସ ଗୃହଯୋଜନା,
ରାସନକାର୍ଡ,ସ୍ୱାସ୍ଥ୍ୟ,ବିଦ୍ୟୁତ୍,
ରାସ୍ତା,ପାନୀୟଜଳ,ଡ୍ରେନେଜ୍, ଦିବ୍ୟାଙ୍ଗ
ଭତ୍ତା ,ଆଇନ ସମ୍ପର୍କିତ ଅଭିଯୋଗ ହୋଇଥିବା ବେଳେ ୧୧ଗୋଟି ରାସ୍ତା ଘାଟ,ବିଦ୍ୟୁତ୍ ସମସ୍ୟା,ଆଇନ ଶୃଙ୍ଖଳା,
ସ୍ୱାସ୍ଥ୍ୟସେବା,ଅଙ୍ଗନୱାଡ଼ି, ପଞ୍ଚଲିଙ୍ଗେଶ୍ଵର ଶୈବପୀଠରେ ପର୍ଯ୍ୟଟକଙ୍କୁ ମାଡମରାଯିବା ଭଳି ସମ୍ବେଦନଶିଳ ଘଟଣା,
ଡ୍ରେନେଜ ସମସ୍ୟା ଭଳି ସାମୁହିକ ଅଭିଯୋଗ ଏବଂ ୩ଗୋଟି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ନିବେଦନ ପତ୍ର ମିଳିଥିଲା।ଉକ୍ତ ଶିବିରରେ ୧୯ଗୋଟି ଅଭିଯୋଗର ତତ୍କାଳ ଫୈସଲା କରାଯାଇଥିଲା।ଏହି ଶିବିରରେ ଜିଲ୍ଲା ଓ ଉପଖଣ୍ଡସ୍ତରୀୟ ବିଭିନ୍ନ(ପ୍ରଶାସନ ଓ ପୋଲିସର)
ବିଭାଗୀୟ ପଦାଧିକାରୀ ,
ଗଣମାଧ୍ୟମର ପ୍ରତିନିଧି, ବିଭିନ୍ନ ଗ୍ରା.ପ ରୁ ଆସିଥିବା ସାଧାରଣ ଜନତା ଯୋଗଦାନ କରିଥିଲେ।




