ନୀଳଗିରି ବ୍ଲକ କଂଗ୍ରେସ ସାଧାରଣ ସଂପାଦକଙ୍କ ଦେହାନ୍ତ।

👇समाचार सुनने के लिए यहां क्लिक करें

ନୀଳଗିରି ବ୍ଲକ କଂଗ୍ରେସ ସାଧାରଣ ସଂପାଦକଙ୍କ ଦେହାନ୍ତ।

ନୀଳଗିରି- ୨୨/୫(ସିଧାସମ୍ବାଦ);
ନୀଳଗିରି ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସଦଳର ନେତା ତଥା ନୀଳଗିରି ବ୍ଲକ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ବେହେରାଙ୍କ ୬୭ବର୍ଷ ବୟସରେ ପରଲୋକ ହୋଇଯାଇଛି। କିଛିଦିନ ଧରି ଦେହ ଅସୁସ୍ଥ ହୋଇଥିବା ବେଳେ ହୃଦଘାତରେ ମଧ୍ୟ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ବୁଧବାର ଦିନ ଛାତିରେ ଅନୁଭବହେବାରୁ ପରିବାର ଲୋକେ ଭୁବନେଶ୍ୱରର ଏକ ଘୋରୋଇ ମେଡ଼ିକାଲକୁ ନେଇଥିଲେ। ଚିକିତ୍ସିତ ଅବସ୍ଥାରେ ଗୁରୁବାର ଦିନ ତାଙ୍କର ମୃତ୍ୟୁ ଘଟିଛି। ଦୁଃଖଦ ଖବର ଶୁଣିବାପରେ ନୀଳଗିରି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ନୀଳଗିରି କଂଗ୍ରେସ ଦଳରେ ମଧ୍ୟ ଏକପ୍ରକାର ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। ମୃତ ଶରୀରକୁ ନୀଳଗିରି ଅଣାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ।

Sidha Sambad
Author: Sidha Sambad

Leave a Comment

और पढ़ें