ହୃଦ ଘାତରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ ଅକାଳ ବିୟୋଗ

👇समाचार सुनने के लिए यहां क्लिक करें

ହୃଦ ଘାତରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ ଅକାଳ ବିୟୋଗ ।

ନୀଳଗିରି,୨୮/୫(ସିଧାସମ୍ବାଦ):
ନିଳଗିରି ବ୍ଳକ ଅନ୍ତର୍ଗତ ଜଦିଡା
ଗାଁ ଜୈନିକ ଅବସର ପ୍ରାପ୍ତ କର୍ମଚାରୀ ଙ୍କ ର ହୃଦ ଘାତରେ ଅକାଳ ବିୟୋଗ ହୋଇଯାଇଛି।ସୂଚନା ଯୋଗ୍ୟ ନୀଳଗିରି ବ୍ଲକ ଅଧିନସ୍ଥ ଜଦିଡା ଗାଁ ର ସ୍ବର୍ଗତ ଜଗନ୍ନାଥ ରାଉତଙ୍କର ମଧ୍ୟମ ପୁତ୍ର କାର୍ତ୍ତିକ ଚନ୍ଦ୍ର ରାଉତ(୭୭)ଗତକାଲି ରାତିରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ପ୍ରଥମେ ବାଲେଶ୍ଵର ଡାକ୍ତର ଖାନାକୁ ନେଇ ଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳ୮,୩୦ମିନିଟ ସମୟରେ ତାଙ୍କର ହୃଦ ଘାତରେ ମୃତ୍ୟୁ ହୋଇଥିଲା।ଦିନ ପ୍ରାୟ ଅପରାହ୍ନ୧ଘଟିକା ସମୟରେ ପୋଡାଶୁଳ ବଜାରେ ପହଁଚିବା ପରେ ଶୋଭାଯାତ୍ରାରେ ଶଶୁରଘର ଜାମୁଢ଼ିଆ ଗାଁ ପର୍ଯ୍ୟନ୍ତ ନିଆଯାଇ ସେଠାରୁ ଜନ୍ମମାଟି ଜଦିଡା ଗାଁ ମଶାଣିରେ ଶ୍ରୀ ରାଉତଙ୍କର ଶେଷ କୃତ ସମ୍ପନ୍ନ କରାଯାଇଥିବା ବେଳେ ପୁତୁରା ରବୀନ୍ଦ୍ର ରାଉତ ମୁଖାଗ୍ନି ଦେଇଛନ୍ତି।ଶ୍ରୀ ରାଉତ ରାଜସ୍ୱ ବିଭାଗ ରେ ଅମିନ ଭାବେ ଚାକରିକରି ଅବସର ନେଇଥିଲେ।ସେ ଜଣେ ମିଷ୍ଟଭାସି,ମେଳାପୀ, ପରଉପକାରୀ,ବନ୍ଧୁବର୍ଷଳଥିଲେ।ତାଙ୍କ ମୃତ୍ୟୁ ରେ ପରିବାର,ବନ୍ଧୁ ବାନ୍ଧବ ସହିତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ତାଙ୍କ ମୃତ ପାର୍ଥୀବ ଶରୀର ନିକଟରେ ସ୍ତ୍ରୀ କନକଲତା ରାଉତ,ପୁତ୍ର ବୋଧୂ ଜୁଳି ରାଉତ, ନାତୁଣୀ ଶିବାନୀ ରାଉତ, ପୁତୁରା ଦାମଧରରାଉତ, ପ୍ରଭାକର ରାଉତ, ପର୍ଶୁରାମ ରାଉତ, ପ୍ରଶାନ୍ତ ରାଉତ, ରଘୁନାଥ ରାଉତ, ବିଶ୍ୱନାଥ ରାଉତ, ସାନ୍ତୁନୁରାଉତ, ପୁରସ୍ତମରାଉତ, ବିକାଶ ରାଉତ,ପୁତୁରା ବୋହୁ,ଭଣଜା ମିଥୁନ ଦଳେଇ,ଭାଇ ନରେନ୍ଦ୍ର ରାଉତ, ଗଦାଧର ରାଉତ,ଭଉଣୀହେମ,ତାଙ୍କ ୩ଝିଅ ,ଜ୍ୱାଇଁ, ବଂଧୁ ବାନ୍ଧବ,ସମ୍ପର୍କୀୟ ଶେଷ ଦର୍ଶନ କରିଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें