ନୀଳଗିରି ଅବକାରୀ ବିଭାଗର ଚଢ଼ାଉ ; ୫୫ଲିଟର ମଦ ଜବତ, ୨ ଅଭିଯୁକ୍ତ

👇समाचार सुनने के लिए यहां क्लिक करें

ନୀଳଗିରି ଅବକାରୀ ବିଭାଗର ଚଢ଼ାଉ ; ୫୫ଲିଟର ମଦ ଜବତ, ୨ ଅଭିଯୁକ୍ତ ଗିରଫ |

ନୀଳଗିରି, ୩/୬(ସିଧାସମ୍ବାଦ);ଆଜି ନୀଳଗିରି ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ
୫୫ ଲିଟର ଦେଶୀ ମହୁଲି ମଦ ଜବତ କରିବା ସହ , ୨ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି | ସୂଚନା ଅନୁଯାଇ ସଜନାଗଡ଼ ପଞ୍ଚାୟତ ସଜନାଗଡ଼ ଗ୍ରାମର ସ୍ବର୍ଗତ ବାଦଲ ବାସ୍କେ ଙ୍କ ପୁଅ ତୁଫାନ କୁମାର ବାସ୍କେ (୩୦)ଙ୍କ ଠାରୁ ୩୦ ଲିଟର ଏବଂ ଉକ୍ତ ପଞ୍ଚାୟତ ପାଣବନ୍ଧ ଗ୍ରାମର ବନମାଳୀ ଟୁଡୁ ଙ୍କ ସ୍ତ୍ରୀ କାପୁରା ଟୁଡୁ (୨୮)ଙ୍କ ଠାରୁ ୨୫ ଲିଟର ମଦ ଜବତ କରିବା ସହ ଉଭୟଙ୍କୁ ଗିରଫ କରି ତାଙ୍କ ନାମରେ ଯଥାକ୍ରମେ ୬୮/୨୪-୨୫ ଏବଂ ୬୭/୨୪-୨୫ ରେ ମାମଲା ରୁଜ୍ଜୁ ହୋଇ କୋର୍ଟ ଚାଲାଣ କରାଯାଇଛି | ଏହି ଚଢ଼ାଉ ରେ ନୀଳଗିରି ଅବକାରୀ ବିଭଗର ଅଧିକାରୀ ମାନେ ସାମିଲ ଥିଲେ |

Sidha Sambad
Author: Sidha Sambad

Leave a Comment

और पढ़ें