ଶୁଣିଲାନି ପ୍ରଶାସନ। ଠାକୁରମହାଲ ସାମ୍ନାରେ ଧାରଣାରେ ବସିଲେ

👇समाचार सुनने के लिए यहां क्लिक करें

ଶୁଣିଲାନି ପ୍ରଶାସନ। ଠାକୁରମହାଲ ସାମ୍ନାରେ ଧାରଣାରେ ବସିଲେ ଶ୍ରଦ୍ଧାଳୁ।
ନୀଳଗିରି -୩/୬(ସିଧାସମ୍ବାଦ);
ଠାକୁରମାହାଲ ଅଧୀନରେ ନୀଳଗିରିର ତିନିପ୍ରମୁଖ ଜଗନ୍ନାଥମନ୍ଦିର ଯଥା:- ଗରଡ଼ିହି, ନୀଳଗିରି ଏବଂ ଔପଦା ବ୍ଲକ୍ ଅନ୍ତର୍ଗତ ମୁକୁନ୍ଦପୁର ବଳଦେବଜୀଉ ମନ୍ଦିରର ରକ୍ଷଣାବେକ୍ଷଣ, ନୀତିକାନ୍ତୀର ସମସ୍ତ ଦାୟିତ୍ବ ରହିଥାଏ। ମାତ୍ର ମୁକୁନ୍ଦପୁର ବଳଦେବଜୀଉ ମନ୍ଦିର ବୈମାତୃକ ମନୋଭାବର ଶିକାରହୋଇ କେବଳ ବାର୍ଷିକ ୨୦ହଜାର ଟଙ୍କା ପ୍ରଦାନକରି ହାତବାନ୍ଧି ବସିଯାଏ ଠାକୁରମାହାଲ।ତେବେ ପ୍ରତିବର୍ଷ ଭଳି ଚଳିତବର୍ଷ ରଥନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ଚକ, ଅଖ ଏବଂ ଅନ୍ୟ ଆନୁଷଙ୍ଗିକ କାଠ ବଳଦେବଜୀଉ ମନ୍ଦିର ପାଖରେ ନଥିବାରୁ ଏନେଇ କମିଟି ଗତ ୧୩ତାରିଖରେ ଠାକୁରମାହାଲକୁ ଅବଗତ କରିଥିଲେ। ନହେଲେ ଜୁନ ୩ତାରିଖରେ ଧାରଣା ଦିଆଯିବବୋଲି ଚେତାବନୀ ମଧ୍ୟ ଦିଆଯାଇଥିଲା। ମାତ୍ର ପ୍ରଶାସନ କୌଣସି ପଦକ୍ଷେପ ନନେବାରୁ ଆଜି ଠାକୁରମାହାଲ ସାମ୍ନାରେ ଧାରଣାରେ ବସିଥିଲେ। ଭକ୍ତ ଯୋଗାନନ୍ଦ ଦାସ, ଶରତଚନ୍ଦ୍ର ଦାସ, ସୁରେନ୍ଦ୍ର ରାଉଳ, ଅନନ୍ତ ବେହେରା, ମଧୁସୂଦନ ନାୟକ, ରାଜେନ୍ଦ୍ର ମହାକୁଡ, ରାଧାକୃଷ୍ଣ ବେହେରା, ରାମଚନ୍ଦ୍ର ଦାସ, ନିତ୍ୟାନନ୍ଦ ବାରିକ, ହରିଶ ଚନ୍ଦ୍ର ବାରିକ, ଶ୍ରୀକାନ୍ତ ରାଉଳ, ଗୌରାଙ୍ଗ ସେନାପତି ପ୍ରମୁଖ ୫୦ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଧାରଣାରେ ସାମିଲ ରହିଥିଲେ। ଖବରପାଇ ନୀଳଗିରି ଧାରଣାସ୍ଥଳରେ ତହସିଲଦାର ସୋନମ୍ ଦାସ ପହଞ୍ଚିଥିବା ବେଳେ ଠାକୁରମାହଲର ବଂଶାନୁକ୍ରମିକ ସ୍ଥାୟୀ ସଭାପତି ରାଣୀ ମନୋଜାମଞ୍ଜରି ଦେବୀ ଫୋନଯୋଗେ ଧାରଣାକାରିଙ୍କ ସହିତ କଥାହୋଇ ଆଗାମୀ ୨୦ତାରିଖ ସୁଦ୍ଧା ୪ଟିଚକ, ୨ଟି ଅଖ ପାଇଁ ଆବଶ୍ୟକ କାଠ ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏଥିସହ ମନ୍ଦିରର ପୂଜକଙ୍କୁ ସହାୟତା ରାଶି ଯୋଗାଇଦେବା, ମନ୍ଦିର ନାମରେ ଥିବା ପୋଖରୀକୁ ପରିଚାଳନା କମିଟିକୁ ହସ୍ତାନ୍ତର ନେଇ ମଧ୍ୟ ଆଲୋଚନା ହୋଇଥିଲା।

Sidha Sambad
Author: Sidha Sambad

Leave a Comment

और पढ़ें