*ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ସଚେତନତା ଅଭିଯାନ*। ।

👇समाचार सुनने के लिए यहां क्लिक करें

*ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ସଚେତନତା ଅଭିଯାନ*।

ନୀଳଗିରି,୦୫/୦୬(ସିଧାସମ୍ବାଦ);
ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଗତ ମଇ ୩୧ତାରିଖ ଠାରୁ ଜୁନ ୨୬ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ବ୍ୟାପକ ଜନସଚେତନତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବାଲେଶ୍ୱର ଜିଲ୍ଲା ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶରେ ନୀଳଗିରି ଅବକାରୀବିଭାଗ,ନୀଳଗିରି ଓ କୁଳଡିହା ବନବିଭାଗର ମିଳିତ ଆନୁକୂଲ୍ୟରେ ସଚେତନତା ଅଭିଯାନ ପାଳିତ ହୋଇଛି। ଏହି ଉପଲକ୍ଷେ ନୀଳଗିରି ବ୍ଲକ ମଲ୍ୟାଣି ପ୍ରାଥମିକ ବିଦ୍ୟାଳୟ, ଛତ୍ରପୁର ଉଚ୍ଚବିଦ୍ୟାଳୟ ଏବଂ ନୂତନ ଅବକାରୀ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। ଏଥିସହିତ ବିଭିନ୍ନ ମାଦକଦ୍ରବ୍ୟ ବ୍ୟବହାରର କୁପରିଣାମ ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ସହିତ ଅପମିଶ୍ରିତ , ବିଷାକ୍ତ ଓ ଚୋରାମଦ ସମ୍ପୂର୍ଣ୍ଣ ରୋକିବାଲାଗି ସଚେତନତାର ବାର୍ତ୍ତା ଦିଆଯାଇଥିଲା। ଏହି ମିଳିତ କାର୍ଯ୍ୟକ୍ରମରେ ନୀଳଗିରି ରେଞ୍ଜର ଆଇଶା ଏ ନିଶା, ଫରେଷ୍ଟର ରାମଚନ୍ଦ୍ର ଲେଙ୍କା, କୁଳଡିହା ରେଞ୍ଜର ସୁବ୍ରତ କୁମାର ବେହେରା, ଫରେଷ୍ଟର ସୌମ୍ୟରଞ୍ଜନ ବେହେରା, ଦୁଷ୍ମନ୍ତ କୁମାର ଜେନା, ନୀଳଗିରି ରେଞ୍ଜ ଅବକାରୀ ଇନ୍ସପେକ୍ଟର କେଶବ ଚନ୍ଦ୍ର ଦାସ, ଅବକାରୀ ଓଆଇସି ଜଗନ୍ନାଥ ବେହେରାଙ୍କ ସମେତ ବିଭାଗୀୟ କର୍ମଚାରୀ ଏବଂ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें