*ନୀଳଗିରି ଗସ୍ତରେ ମନ୍ତ୍ରୀ ରବିନାରାୟଣ ନାଏକ। ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ*।
ନୀଳଗିରି,୦୫/୦୬(ସିଧାସମ୍ବାଦ);
ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ, ଗ୍ରାମ୍ୟଉନ୍ନୟନ ଏବଂ ପାନୀୟଜଳ ମନ୍ତ୍ରୀ ରବିନାରାୟଣ ନାଏକ ଗୁରୁବାର ବାଲେଶ୍ଵରରେ ବିଭିନ୍ନ କାର୍ଯ୍ୟକ୍ରମସାରି ସଂଧ୍ୟା ପ୍ରାୟ ୭ଟା ସମୟରେ ନୀଳଗିରି ଗସ୍ତ କରିଥିଲେ। ନୀଳଗିରି ଏନଏସି ୫ନମ୍ୱର ୱାର୍ଡ ବରିସାହି ଫାୟାରଅଫିସ ପଡ଼ିଆରେ ଥିବା କଲ୍ୟାଣ ମଣ୍ଡପ କର କମଳରେ ଶୁଭ ଉଦ୍ଘାଟନ କରିବା ସହିତ ଆୟୋଜିତ କାର୍ଯ୍ୟକ୍ରମରେ ୨୫କୋଟିଟଙ୍କା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦ୍ଘାଟନ କରିଛନ୍ତି। ନୃତ୍ୟ ଓ ବାଦ୍ୟଯନ୍ତ୍ରର ତାଳେତାଳେ ମାନ୍ୟବର ମନ୍ତ୍ରୀଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ସଭସ୍ଥଳିକୁ ନିଆଯାଇଥିଲା। ଓଡ଼ିଶା ସରକାରଙ୍କ ଗ୍ରାମ୍ୟଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗର ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିକଶିତ ଓଡ଼ିଶା ଯାତ୍ରାରେ ବିକଶିତ ନୀଳଗିରି ଗଠନର ଆରମ୍ଭ ବୋଲି ମଞ୍ଚରେ ଉପସ୍ଥିତ ମାନ୍ୟବର ମନ୍ତ୍ରୀ ରବିନାରାୟଣ ନାଏକଙ୍କ ସମେତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ନିଳଗିରି ବିଧାୟକ ସନ୍ତୋଷ ଖଟୁଆ ନୀଳଗିରି ବାସୀଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ନୀଳଗିରି ଏବଂ ଔପଦା ବ୍ଳକର ବିଭିନ୍ନ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦ୍ଘାଟନ ମନ୍ତ୍ରୀ ରବିନାରାୟଣ ନାଏକ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରେମୁଣା ବିଧାୟକ ଗୋବିନ୍ଦ ଦାସ, ଜିଲ୍ଲା ବିଜେପି ସଭାପତି ଇଶ୍ଵର ବେହେରା, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଏସପି ରାଜପ୍ରସାଦ, ଆରଡ଼ି ବିଭାଗୀୟ ମୁଖ୍ୟ ଯନ୍ତ୍ରୀ, ନୀଳଗିରି ଏନଏସି ଅଧ୍ୟକ୍ଷ ମହେନ୍ଦ୍ର ନାଥ ବେହେରା ଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ, ଶହଶହ ବିଜେପି କର୍ମୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ।
⁹



