ସିପିଆଇ(ଏମ) ନୀଳଗିରି ଆଞ୍ଚଳିକ କମିଟି ତରଫରୁ ରାଜ୍ଯ ନିର୍ବାଚନ କମିଶନ ଙ୍କୁ ଦାବୀ ପତ୍ର ପ୍ରଦାନ ।

👇समाचार सुनने के लिए यहां क्लिक करें

ନୀଳଗିରି,୧୧/୦୬(ସିଧାସମ୍ବାଦ);
ନୀଳଗିରି ଏନଏସି ରେ ଗତ ସେପ୍ଟେମ୍ବର ୨୦୨୪ ରେ ଚେୟାରମ୍ୟାନ ଆସ୍ଥା ଭୋଟ ରେ ହାରିବା ପରେ ବର୍ତ୍ତମାନ ଏନଏସି ରେ ଚେୟାରମ୍ୟାନ ପଦପୀ ଫାଙ୍କା ପଡିଛି। ଫଳରେ ଏନଏସି ର କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇ ପାରୁ ନାହିଁ । ନିର୍ବାଚନ ଆଇନ୍ ଅନୁସାରେ ,ଯେଉଁ ଠାରେ ଲୋକ ପ୍ରତିନିଧି ଆସ୍ଥା ଭୋଟ ରେ ହାରିବା କିମ୍ବା ମୃତ୍ୟୁ ବରଣ ରେ ପଦପୀ ଫାଙ୍କା ହେବ, ସେଠାରେ ୬ ମାସ ଭିତରେ ନିର୍ବାଚନ ହେବା ପାଇଁ ନିର୍ବାଚନ କମିଶନର ପଦକ୍ଷେପ ନେବା କଥା । କିନ୍ତୁ ନୀଳଗିରି ଏନଏସି କ୍ଷେତ୍ର ରେ ବ୍ୟତିକ୍ରମ ଦେଖାଦେଇଛି । ବର୍ତ୍ତମାନ ଡବଲ ଇଞ୍ଜିନ ସରକାର ନିର୍ବାଚନ ନ କରି ନୀଳଗିରି ଲୋକଙ୍କୁ ଭୂତେଇ ବାକୁ ଚାହୁଁଛି। ଏହାକୁ ପ୍ରତିବାଦ କରି ନୀଳଗିରି ଏନଏସି ରେ ଯଥା ଶୀଘ୍ର ନିର୍ବାଚନ କରିବା ପାଇଁ ସିପିଆଇ (ଏମ)ନୀଳଗିରି ଆଂଚଳିକ କମିଟି ତରଫରୁ ଦଳର ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ଯ ବିଜୟ କୁମାର ପାତ୍ର ଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନର ଙ୍କୁ ଦାବିପତ୍ର ଦିଆଯାଇଛି । ଏହାର ଏକ କୀତା ନକଲ ଉପଜିଲ୍ଲାପାଳ ନୀଳଗିରି ଙ୍କୁ ଦିଆଯାଇଛି । ଦାବୀ ପତ୍ର ଉପଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ସହକାରୀ ଜିଲ୍ଲାପାଳ ରଂଜନ ସେନାପତି ଙ୍କୁ ଦିଆଯାଇଛି । ଦାବୀ ପତ୍ର ପ୍ରଦାନ ସମୟରେ ଜ୍ୟୋତିର୍ମୟ ରାଉତ, ଗଙ୍ଗାଧର ମହାନ୍ତି, ହେମେନ୍ଦ୍ର ସେଠୀ, ଶୁଭ୍ର ଶାନ୍ତନୁ ନାୟକ ପ୍ରମୁଖ ସାଥୀ ଉପସ୍ଥିତ ଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें