ଅହମ୍ମଦାବାଦ ବିମାନ ଦୁର୍ଘଟଣା ; ୧୬୯ ଭାରତୀୟ

👇समाचार सुनने के लिए यहां क्लिक करें

ଗୁଜରାଟ. ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଦୁର୍ଘଟଣାଗ୍ରସ୍ତ ,ଦୁର୍ଘଟଣା ପରେ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ। ପୁଲିସ କମିଶନରଙ୍କ ସହ ମଧ୍ୟ କଥା ହୋଇଛନ୍ତି। ଯୁଦ୍ଧକାଳୀନ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣାସ୍ଥଳ ସ୍ଥଳକୁ ଯାଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ । ପ୍ରାୟ ୯୦ ଜଣିଆ ଟିମ୍‌ ଏନଡିଆରଏଫ ଟିମ୍‌ ଦୁର୍ଘଟଣା ସ୍ଥଳକୁ ଯାଇଛନ୍ତି। ଦୁର୍ଘଟଣାର ମାତ୍ର କିଛି କ୍ଷଣ ପୂର୍ବରୁ ‘ମେଡେ କଲ୍‌’ କରିଥିଲେ ପାଇଲଟ୍‌ । ଆସନ୍ନ ବିପଦ ଜାଣିପାରି ପାଇଲଟ୍‌ କଲ୍‌ କରିଥିଲେ । ଦୁର୍ଘଟଣାଗ୍ରସ୍ତ ବିମାନରେ ୫୨ ବ୍ରିଟିଶ ପାସେଞ୍ଜର,ପର୍ତ୍ତୃଗାଲ୍‌ର ୫ ନାଗରିକ,୧୬୯ ଭାରତୀୟ ଥିଲେ। ଅନ୍ୟ କେଉଁ ଦେଶର ଯାତ୍ରୀ ଥିଲେ ତାହା ସ୍ପଷ୍ଟ ହୋଇ ନାହିଁ । ଏହି ବିମାନଟି ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲା। ଏଥିରେ ୨୪୨ ଜଣ ଯାତ୍ରା କରୁଥିଲେ। ସୂଚନା ଅନୁଯାୟୀ, ଏହି ବିମାନଟି ଅପରାହ୍ନ ୧.୩୮ ରେ ଉଡ଼ାଣ ଭରିଥିଲା ଏବଂ ମାତ୍ର ୨ ମିନିଟ୍ ମଧ୍ୟରେ ଅପରାହ୍ନ ୧.୪୦ ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Sidha Sambad
Author: Sidha Sambad

Leave a Comment

और पढ़ें