ମା’ ମହିଷାଶୁଣିଙ୍କ ପୀଠରେ ଚତୃର୍ଥ ବାର୍ଷିକୀ ପହିଲି ରଜ ଉତ୍ସବ ଧୂମଧାମରେ ପାଳିତ l

👇समाचार सुनने के लिए यहां क्लिक करें

ମା’ ମହିଷାଶୁଣିଙ୍କ ପୀଠରେ ଚତୃର୍ଥ ବାର୍ଷିକୀ ପହିଲି ରଜ ଉତ୍ସବ ଧୂମଧାମରେ ପାଳିତ l
ତା 14/06/2025
ସ୍ଥାନ-ବୋଲଗଡ

Anchor-ଖୋର୍ଦ୍ଦା ଜିଲ୍ଲା ବୋଲଗଡ ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ତାଳତୁମ୍ବ ମା ମହିଷାଶୁଣିଙ୍କ ପୀଠରେ ତାଳତୁମ୍ବ ଯୁବକ ସଂଘ ଆନୁକୂଲ୍ୟରେ ଏକ ଦିବସୀୟ”ମା ମହିଷାଶୁଣି ଆଂଚଳିକ ପହିଲି ରଜ ମହୋତ୍ସବ – ୨୦୨୫” ( ଚତୁର୍ଥ ବାର୍ଷିକ) ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋପାଳପୁର ସରପଞ୍ଚ ପ୍ରଦୀପ କୁମାର ବାରିକ, ସମ୍ମାନିତ ଅତିଥି ଭାବେ ପୁର୍ବତନ ସରପଞ୍ଚ ତଥା ସମବାୟ ସଭାପତି ବିଜୟ କୁମାର ନାୟକ, ଭାରତୀୟ ମଜୁଦୂର୍ ସଂଘ ସମ୍ପାଦକ ଅକ୍ଷୟ କୁମାର ରାଉତରାୟ, ଦେଉଳି ରଘୁନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତ୍ରିଲୋଚନ ସାହୁ, ରଧାମାଧବ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟାପକ ପ୍ରଦୀପ କୁମାର ସାହୁ, ବିଶିଷ୍ଟ ଶିକ୍ଷାବିତ୍ ପଞ୍ଚାନନ ରଥ , ଗ୍ରାମ ସଭାପତି ଶ୍ରୀଧର ସାହୁ, ସମାଜସେବୀ ବୁଦ୍ଧି ବାମନ ସେନାପତି ଆନୁଷ୍ଠାନିକ ଭାବେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପ ଅର୍ପଣ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ମୁଖ୍ୟ ସଂଯୋଜକ ସୁଧୀର କୁମାର ନାୟକଙ୍କ ଉଦ୍ୟମରେ ବିଭିନ୍ନ ଗ୍ରାମରୁ ପ୍ରାୟ ତିନି ଶହରୁ ଉର୍ଦ୍ଧ୍ବ ବାଳକ, ବାଳିକା, ମହିଳା, ପୁରୁଷ ବିଭିନ୍ନ ପ୍ରତିଯୋଗିତାରେ ( ନୃତ୍ୟ, ଗୀତ, ବାଟି ଚାମଚ, ଲକ୍ଷ ଭେଦ, ପୁଚି, ଶଙ୍କ ଧ୍ଵନି, ହୁଳହୁଳି, ମ୍ୟୁଜିକ ଚେୟାର, ମାଳି ଗୁନ୍ଥା, ପିଠା) ଭାଗ ନେଇ ଥିଲେ । ଅପରାହ୍ନର ଉଦଯାପନୀ କାର୍ଯ୍ୟକ୍ରମରେ ଅତିଥି ମାନେ କୃତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ । ପିଚୁକୁଳିର ଓଡିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରି ପ୍ରଗତି ମହାନ୍ତି ଏହି ପ୍ରତିଯୋଗିତା ଅଂଶ ଗ୍ରହଣ କରି ସର୍ବାଧିକ ତିନୋଟି ପୁରସ୍କୃତ ପାଇବା ସହ ରଜ କୁଇନ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଠିକ୍ ଉତ୍ତର ପ୍ରଦାନ କରି ରଜ କୁଇନ -୨୦୨୫ର ବିଜୟିନି ହୋଈ ଥିଲେ । ଏହି ଅବସରରେ ଦକ୍ଷ ଯୁବ ଶିକ୍ଷକ ଅକ୍ଷୟ କୁମାର ହଦଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ପବିତ୍ର କୁମାର ସାହୁ ଓ ଵିନୋଦ କୁମାର ବାରିକ ଅତି ସୁନ୍ଦର ଭାବରେ ମଞ୍ଚ ପରିଚାଳନା କରିଥଲେ। ସାମ୍ବାଦିକ ହାଡିବନ୍ଧୁ ଲେଙ୍କା ଉଦଯାପନୀ ଉତ୍ସବରେ ଅତିଥି ଭାବେ କୃତୀ ପ୍ରତିଯୋଗୀ ମାନଙ୍କୁ ଅନୁଷ୍ଠାନ ତରଫରୁ ପୁରସ୍କାର ବିତରଣ କରିବାରେ ସହଯୋଗ କରିଥିଲେ । ଅଂଚଳ ବାସୀଙ୍କ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଈଥିଲା l ଯୁବକ ସଂଘ ପକ୍ଷରୁ ପବିତ୍ର କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ l

Sidha Sambad
Author: Sidha Sambad

Leave a Comment

और पढ़ें