ସଂପୁର ପ୍ରସିଦ୍ଧ ରଜ ମହୋତ୍ସବ ଉଦଘାଟିତ (ଫୋଟୋ ଅଛି )
ବୋଲଗଡ,14/6(ସିଧା ସମ୍ବାଦ): ବୋଲଗଡ ବ୍ଲକ ଅନ୍ତର୍ଗତ ସଂପୁର ଗ୍ରାମର ପ୍ରସିଦ୍ଧ ରଜ ମହୋତ୍ସବ ଉଦଘାଟିତ ହୋଇଛି । ଏଥିରେ ଯୁବ ସମାଜସେବୀ ନିରଂଜନ ନାୟକଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ସମାଜସେବୀ ମନୋଜ ପ୍ରଧାନ, ମୁଖ୍ୟବକ୍ତା ଭାବେ ଭୁବନେଶ୍ୱର ପରିବାର ଅଦାଲତ ପରାମର୍ଶ ଦାତା ଲୋତକ ପଟ୍ଟନାୟକ, ଅବସର ବରିଷ୍ଠ ବ୍ୟାଙ୍କ ଅଧିକାରୀ ପ୍ରମୋଦ କୁମାର ମହାପାତ୍ର,ବିଶିଷ୍ଟ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ମହାପାତ୍ର,ପ୍ରାକ୍ତନ ବିଓ ଲଛମନ ପରିଡା, ପ୍ରମୋଦ ଚୌଧୁରୀ, ବରିଷ୍ଠ ଆଇନଜୀବି ନିରଞ୍ଜନ କର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଥାଏ ମହୋତ୍ସବ ବୋଲି ଅତିଥି ମତ ପ୍ରକାଶ କରିଥିଲେ l ରଜ ପର୍ବ ଏକ ଗଣ ପର୍ବ ସମସ୍ତ ଯୁବକ ଓ ପୁରୁଷ ମାନେ ଏହି ରଜ ପର୍ବରେ ଘର ମୁଁହା ହୋଇ ଘରକୁ ବାହୁଡ଼ିଥାନ୍ତି କାରଣ ଏହି ପର୍ବ ଭାଇଚାରା ର ପର୍ବ ଭାବରେ ବେଶ ଜଣା ଶୁଣା ଏବଂ ଏହି ରଜ ପର୍ବ ନୂତନ ଚାଷ କାର୍ଯ୍ୟ ପାଇଁ ଶୁଭ ସଂକେତ ଦେଇଥାଏ ଓ ରଜ ପର୍ବ ରେ ସମସ୍ତ ମହିଳା ରାଜବତୀ ହୋଇ ନୂତନ ପୋଷାକ ପିନ୍ଧି ଏକାଠି ମିଳିମିଶି ବିଭିନ୍ନ ବ୍ୟଞ୍ଜନ ଖାଇବା ସହିତ ନନା ଖେଳ ଖେଳିଥାନ୍ତି ବୋଲି ସାନମାନିତ ଅତିଥି ମାନେ କହିଥିଲେ l ବୋଲଗଡ ବ୍ଲକ ରେ ରଜ 4 ଦିନ ପାଳନ କରାଯାଉଥିବା ବେଳେ ସଂପୁର ଗ୍ରାମରେ ଏହି ପର୍ବ କୁ 7 ଦିନ ଧରି ପାଳନ କରାଯିବା ସହିତ 7 ଦିନ ପର୍ଯ୍ୟନ୍ତ ମଧ୍ୟ ସଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ l ପରିଶେଷରେ ସଂପୁର ରଜ ପଡିଆ ଠାରେ ପୌରାଣିକ ନାଟକ ପରିବେଷଣ ହୋଇଥିଲା । ଅନୁରୂପ ଭାବେ ବାଉତୀ ପାଟଣାଠାର ସଂସ୍କୃତିକ ନାଟକ ପରିବେଷଣ ହୋଇଥିଲା। ଏଥିରେ
ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ଯୋଗ ଦେଇ ଭାଇଚାରା ରଜ ପର୍ବକୁ ମିଳିମିଶି ବଜାୟ ରଖିବାକୁ କହିଥିଲେ। ଏହି ଅବସରରେ ମଞ୍ଚସ୍ଥ ପୌରାଣିକ ଓ ସଂସ୍କୃତିକ ନାଟକକୁ ଦର୍ଶକ ମନଭରି ଉପଭୋଗ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଲକ୍ଷ୍ମୀଧର ବଳବନ୍ତରାୟ, ଟୁପୁଷି ବଳିୟାର ସିଂହ, କବିରାଜ ଖମାରି, କୈବଲ୍ୟ ବେହେରା,ସୁଦର୍ଶନ ସ୍ୱାଇ, ଗୋବିନ୍ଦ ବାହିନୀପତି ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ। ପରି ଶେଷରେ ଖଙ୍ଗୁରିଆ ଗ୍ରାମ ପଂଚାୟତ ବି ଜେ ଡ଼ି ସଭାପତି ଚିତରଞ୍ଜନ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।






