ଥାଟରାଜା ରଣାର୍ଣ୍ଣବ ଦେବଙ୍କ ଦେହାନ୍ତ।

👇समाचार सुनने के लिए यहां क्लिक करें

ଥାଟରାଜା ରଣାର୍ଣ୍ଣବ ଦେବଙ୍କ ଦେହାନ୍ତ। ମାମୁଁଘର ରାଜପରିବାର ସମେତ ନୀଳଗିରିରେ ଶୋକର ଛାୟା।
ନୀଳଗିରି,୧୬/୬(ସିଧାସମ୍ବାଦ);
ରବିବାର ରାତିରେ ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ସାନଭାଇ ରଣାର୍ଣ୍ଣବ ଦେବଙ୍କ ପରଲୋକ ଘଟିଛି। ସେ କିଛିଦିନ ଧରି ଅସୁସ୍ଥହୋଇ ଚିକିତ୍ସିତ ହେଉଥିଲେ। ହେଲେ ରବିବାର ରାତିରେ ସେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣହୋଇଛି।ତାଙ୍କର ପୁତ୍ର ମୁଖାଗ୍ନି ଦେଇଛନ୍ତି।ଶ୍ରୀମନ୍ଦିର ରୋଷ ଘରୁ ଅଗ୍ନି ନେଇ ତାଙ୍କର ଶବସତ୍କାର କରାଯାଇଥିବା ସୂଚନା ମିଳିଛି।ରଣାର୍ଣ୍ଣବ ଦେବ ସାଧାରଣରେ ଥାଟରାଜା ଭାବେ ପରିଚିତ ଥିଲେ। ତାଙ୍କର ମାମୁଁଘର ବାଲେଶ୍ବର ନୀଳଗିରିରେ ହୋଇଥିବାରୁ ସେ ପ୍ରାୟ ନୀଳଗିରିରେ ରହୁଥିଲେ। ତେଣୁ ନୀଳଗିରି ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ବେଶ ପରିଚିତ ଥିଲେ। ଅଧିକାଂଶ ଲୋକ ସେ ନୀଳଗିରି ରାଜପରିବାରର ବୋଲି ଜାଣିଥିଲେ। ପୁରୀ ରାଜନଅରରେ ତାଙ୍କର ସ୍ବତନ୍ତ୍ର ଅଲଗା କୋଠରୀ ରହିଛି। ପୁରୀ ଆସିଲେ ସେ ସେହି ରାଜନଅରରେ ରହୁଥିଲେ। ପୁରୀରେ ତାଙ୍କର ମୃତ୍ୟୁ ହୋଇଥିବାରୁ ରାଜ ପଂରପରା ଅନୁସାରେ ତାଙ୍କର ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ ଶ୍ରୀମନ୍ଦିର ରୋଷଶାଳାର ଅଗ୍ନିରେ ଶତ୍କାର କରାଯାଇଛି। ମୃତ୍ୟୁ ଖବର ପ୍ରସାରିତ ହେବାପରେ ନୀଳଗିରି ରାଜବଂଶର ଦାୟାଦ ଏବଂ ନୀଳଗିରିବାସୀ ମର୍ମାହତ ହୋଇ ପଡିଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें