ଗରୁ କୁ ଧକ୍କା ଦେଇ ବାଇକ ଆରୋହୀ ଗୁରୁତ୍ତର | |

👇समाचार सुनने के लिए यहां क्लिक करें

ଗରୁ କୁ ଧକ୍କା ଦେଇ ବାଇକ ଆରୋହୀ ଗୁରୁତ୍ତର |

ନୀଳଗିରି, ୧୬/୬(ସିଧାସମ୍ବାଦ); ନୀଳଗିରି ବ୍ଳକ ଜାମୁଡିହା ପଂଚାୟର ବଡ଼ବିଲ ଗ୍ରାମ ଶ୍ରୀନିବାସ ରାଉଳ ଙ୍କ ପୁଅ ନୀଲକମଲ ରାଉଳ (୩୨), ଆଜି ରାତି ପ୍ରାୟ ୮ ଘଟିକା ସମୟରେ କୌଣସି କାର୍ଯ୍ୟ ସାରି ସ୍କୁଟି ବାଇକ ଯୋଗେ ନୀଳଗିରି ଅଭିମୁଖେ ଫେରୁଥିବା ସମୟରେ
ଗୋପୀନାଥପୁର ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର ହେଉଥିବା ଗରୁ ସହିତ ଧକ୍କା ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ | ଏଥିରେ ତାଙ୍କର ମୁହଁ, ଗାଲ, ଆଖିପତା ରେ ଘଭୀର ଆଘାତ ଲାଗି ପ୍ରବଳ ରକ୍ତ ଶ୍ରାବ ହୋଇ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ | ସ୍ଥାନୀୟ ଦମକଳ ଗାଡ଼ି ସହାୟତାରେ ନୀଳଗିରି ମେଡ଼ିକାଲରେ ଆସୁଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି | ନୀଳଗିରି ପୋଲିସ ଘଟଣା ସ୍ଥଳକୁ ଯାଇ ଗାଡ଼ି ଜବତ କରିବା ସହିତ ମେଡ଼ିକାଲରେ ପହଞ୍ଚି ତଦନ୍ତ ଚଳାଇଛି |

Sidha Sambad
Author: Sidha Sambad

Leave a Comment

और पढ़ें