ନୀଳଗିରି ଏନ୍ଏସିରେ ବିକାଶ ବାହନ ରଥ ଶୁଭାରମ୍

👇समाचार सुनने के लिए यहां क्लिक करें

ନୀଳଗିରି ଏନ୍ଏସିରେ ବିକାଶ ବାହନ ରଥ ଶୁଭାରମ୍ଭ।

ନୀଳଗିରି,୧୯/୬(ସିଧାସମ୍ବାଦ);
ରାଜ୍ୟରେ ମୋହନ ସରକାରଙ୍କ ୧ବର୍ଷ ପୂର୍ତ୍ତି ଅବସରରେ ଆଜି ପୂର୍ବାହ୍ନ ୮ ଘଟିକା ସମୟରେ ନୀଳଗିରି ଏନ୍ଏସି କାର୍ଯ୍ୟାଳୟ ପରିସରରେ ବିକାଶ ବାହନ ରଥର ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ ହୋଇଯାଇଛି। ଉକ୍ତ ଉଦ୍ଘାଟନୀ ସମାରୋହରେ ଏନ୍ଏସି ଭାରାପ୍ରାପ୍ତ ଅଧ୍ୟକ୍ଷ ମହେନ୍ଦ୍ରନାଥ ବେହେରା,
ସାଂସଦ ପ୍ରତିନିଧି ମନୋରଞ୍ଜନ ବେହେରା,ଏନ୍ ଏ ସି ନିର୍ବାହୀ ଅଧିକାରୀ ଅଂଶୁମାନ ପରିଡ଼ା, ସି.ଓ ମମତା ପଣ୍ଡା , କାଉନସିଲର, ସ୍ବଚ୍ଛ ସାଥୀ ଏବଂ କାର୍ଯ୍ୟାଳୟର ଅନ୍ୟକର୍ମଚାରୀଙ୍କ ଉପସ୍ଥିତିରେ ବିକାଶ ବାହନ ରଥର ଶୁଭଉଦ୍ଘାଟନ ହୋଇଥିଲା।ସୂଚନାରୁଜଣାଯାଇଛି,ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସଚେତନତା ବାର୍ତ୍ତା ଘରେ ଘରେ ପହଞ୍ଚାଇବାର ଲକ୍ଷ୍ୟନେଇ ,ଉକ୍ତ କାର୍ଯ୍ୟକ୍ରମ ସମଗ୍ର ରାଜ୍ୟରେ ଚାଲୁ ରହିଛି।ସେହିକ୍ରମରେ ଆଜି ନୀଳଗିରି ଏନ୍ଏସି ୧୩ଟି ୱାର୍ଡରେଏହି ରଥ ପରିକ୍ରମା କରିବାସହିତ ଜନସାଧାରଣଙ୍କୁ
ସଚେତନତା ବାର୍ତ୍ତା ବଣ୍ଟନ କରିଥିବା ଜଣାଯାଇଛି।ଉକ୍ତ ସମାରୋହରେ ୨୦ଜଣଙ୍କୁ ଭିନ୍ନକ୍ଷମ
ସାର୍ଟିଫିକେଟ,୨୦ ଜଣ ପଥବିକାଳୀଙ୍କୁ ପରିଚୟପତ୍ର,୪ ଜଣଙ୍କୁ ବର୍ଦ୍ଧିତ ଭିନ୍ନକ୍ଷମ ଭତ୍ତା,୧୬ ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ପତ୍ର ଓ ୭ ଜଣଙ୍କୁ ଟ୍ରେଡ ଲାଇସେନ୍ସ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କମଧ୍ୟରେ
କମଳାମଣି ପରିଡ଼ା, ଆଦ୍ୟାଶା ଦାସ, ରତିପ୍ରଭା ସାହୁ,ରାଜୁ ସିଂ,ପ୍ରତିମା ମୁଦୁଲି,ପ୍ରତାପ କୁମାର ସେଠୀ,ସୁଚିଶ୍ମିତା ବେହେରା,ବନିତା ମହାଳିକ, ରିତାଞ୍ଜଳି ପ୍ରଧାନ,ସୁଲୋଚନା ଖଟୁଆ, ଗୌରାଙ୍ଗ ବିନ୍ଧାଣୀ,ପ୍ରିୟଙ୍କା ସିଂ
ଙ୍କ ସମେତ ବିଭିନ୍ନ ୱାର୍ଡର
ବହୁ ହିତାଧିକାରୀ ଉପସ୍ଥିତ ଥିବା ଦେଖାଯାଇଥିଲା।

Sidha Sambad
Author: Sidha Sambad

Leave a Comment

और पढ़ें