ଗୈରାଙ୍ଗ ପାଲଙ୍କ କବିତା ପୁସ୍ତକ ଉନ୍ମୋଚନ

👇समाचार सुनने के लिए यहां क्लिक करें

ଗୈରାଙ୍ଗ ପାଲଙ୍କ କବିତା ପୁସ୍ତକ ଉନ୍ମୋଚନ
~~~~~~~~~~~~~~~~~~~~
ରାଇଘର- ସନାତନ ସ୍ମୃତି ସାହିତ୍ୟ ସଂସଦ ପକ୍ଷରୁ ତପନ କଲ୍ୟାଣ ମଣ୍ଡପ ଠାରେ ସାରସ୍ବତ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯକ୍ରମରେ ପୁସ୍ତକ ଉନ୍ମୋଚନ ଓ କବିତା ପାଠ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଅଧିବେଶନ ଡ ଦୀନବନ୍ଧୁ ନନ୍ଦୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ବଲ୍ଲଭ ରାଉତ ପ୍ରାକ୍ତନ ସଦସ୍ୟ ଓଡିଶା ସାହିତ୍ୟ ଏକାଡେ଼ମୀ, ସମ୍ମାନିତ ଅତିଥି ଭାବେ ପ୍ରୀତି ସ୍ନିଗ୍ଧା ମହାପାତ୍ର ସାଂସଦ ପ୍ରତିନିଧି, ମୁଖ୍ୟ ବକ୍ତା ଭାବେ ମନୋରମା ମହାପାତ୍ର, ବରିଷ୍ଠ କବି, ସମ୍ମାନିତ ଅତିଥି ଭାବେ ଉମେଶ ଚନ୍ଦ୍ର ଭୁକ୍ତା ଅବସର ପ୍ରାପ୍ତ ଶିକ୍ଷାଧିକାରୀ, ସମୀକ୍ଷକ ଭାବେ ଅଭିରାମ ଲେଙ୍କା,ବ୍ୟଙ୍ଗ କବି ମଞ୍ଚାସିନ ଥିବାବେଳେ କବି ଗୈରାଙ୍ଗ ପାଲ୍ ଙ୍କ କବିତା ପୁସ୍ତକ ” ଫେରିବାକୁ ହେବ ଦିନେ” ଉନ୍ମୋଚିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚପରିଚାଳନା ସଂଗ୍ରାମ କିଶୋର ପରିଡା କରିଥିବା ବେଳେ, ସାଗର କୁ

ମାର ପରିଡା ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ରବିନ୍ଦ୍ର ବାହିନପତି ପ୍ରାରମ୍ଭିକ ସଙ୍ଗୀତ କରିଥିଲେ।କାର୍ଯ୍ୟକ୍ରମରେ ପ୍ରୀତି ସିଗ୍ଧା ମହାପାତ୍ର, ହେମଲତା ମାଝୀ, କାର୍ତ୍ତିକ ମଲ୍ଲିକ, ଟୁଟୁ ବାବୁ ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ରାଉତ ଓ ମିହିର କାନ୍ତି ଢାଲି ଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା। ଲୋକେଶ କୁମାର ଜେନା ଧନ୍ୟବାଦ ଦେଇ ପ୍ରଥମ ଅଧିବେଶନ ର ପରି ସମାପ୍ତି ଘଟିଥିଲା।ଦ୍ବିତୀୟ ଅଧିବେଶନ ପ୍ରଫୁଲ୍ଲ କୁମାର ରାଉତ ଙ୍କୁ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜକିଶୋର ନାୟକ, ପୂର୍ଣ୍ଣ ଚନ୍ଦ୍ର ସେଠୀ ଓ ମହାନନ୍ଦ ମହାଳିକ ମଞ୍ଚାସିନ ଥିଲେ।ପ୍ରାୟ ତିରିଶ ଜଣ କବି ସ୍ବରଚିତ କବିତା ପାଠ କରିଥିଲେ।ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ପରୀକ୍ଷିତ ସାହୁ ଓ ଧନଞ୍ଜୟ ମଲ୍ଲ ପରିଚାଳନା କରିଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें