ପୂର୍ବତନ ଅଧକ୍ଷ ଓ ପ୍ରାଧ୍ୟାପକ ଙ୍କୁ ସେବାନିବୃତ୍ତ ସମ୍ବର୍ଦ୍ଧନା
ବୋଲଗଡ (ସିଧା ସମ୍ବାଦ)ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟ ର ପୂର୍ବତନ ଅଧକ୍ଷ ପ୍ରାଧ୍ୟାପକ ରଞ୍ଜନ କୁମାର ଦାସ ଓ ପ୍ରାଧ୍ୟାପକ କର୍ମୋଦୟ ଛୋଟରାୟ ଙ୍କୁ ସୋମବାର ସେବା ନିବୃତ୍ତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି. ଅଧକ୍ଷ ପ୍ରାଧ୍ୟାପକ ପ୍ରଦୀପ୍ତ କୁମାର ଦାସଙ୍କ ଅଧକ୍ଷତାରେ ଆୟୋଜିତ ସଭାରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ. ପୂର୍ବତନ ଅଧକ୍ଷ ପ୍ରାଧ୍ୟାପକ ରଞ୍ଜନ କୁମାର ଦାସ ଓ ଅଧ୍ୟାପକ କର୍ମୋଦୟ ଛୋଟରାୟ ଙ୍କର ମହାବିଦ୍ୟାଳୟ ସହ ଦୀର୍ଘ ୩୪ବର୍ଷର ସମ୍ପର୍କ ରହିଛି.ଦୀର୍ଘ ଉଭୟଙ୍କର ଅବର୍ଣ୍ଣନୀୟ ଗୁଣାବଳୀ ଛାତ୍ରଛାତ୍ରୀକର୍ମଚାରୀ ମାନଙ୍କ ଙ ମନରେ ଅଲିଭା ସ୍ମୃତି ଛାଡିଯାଇଛନ୍ତି. ଉଭୟେ ଛାତ୍ରବତ୍ସଳ କର୍ତ୍ତବ୍ୟନିଷ୍ଠ ତଥା ସରଳ ବ୍ୟବହାର ସମସ୍ତଙ୍କୁ ବାନ୍ଧି ରଖିଥିଲା.ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ଅଜୟ କୁମାର ସାହୁ ମାନପତ୍ର ପାଠ କରିଥିଲେ.ପ୍ରାଧ୍ୟାପକ ପୁଷ୍ପରାଜ ପ୍ରଧାନ ସଂଯୋଜନା କରିଥିଲେ. ପ୍ରାଧ୍ୟାପକ ଗାନ୍ଧୀ କୁମାରସାହୁଏଲିନା ଭଞ୍ଜ ଛବିରାଣୀ ସାହୁ ରାଜକିଶୋର ସାହୁ ଦୋଳଗୋବିନ୍ଦ ପାଇକରାୟ ମାୟାଧର ବରାଡ଼ ପ୍ରମୁଖ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ପରିଶେଷରେ ଅଧ୍ୟାପକ ମିନୁଷ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ.






