ପୁଣି ଦୋକାନ ର ତାଲା ଭାଙ୍ଗି ଲୁଟିନେଲେ ଦୁର୍ବୁତ୍ତ।

👇समाचार सुनने के लिए यहां क्लिक करें

ପୁଣି ଦୋକାନ ର ତାଲା ଭାଙ୍ଗି ଲୁଟିନେଲେ ଦୁର୍ବୁତ୍ତ।
ନୀଳଗିରି,୩୦/୦୬(ସିଧାସମ୍ବାଦ);
ଗତକାଲି ବିଳମ୍ବିତ ରାତିରେ ନୀଳଗିରି ଥାନା ଅଧିନସ୍ଥ ମିରିଗିଣି ଛକ ନିକଟରେ ମିରୀଗିଣି ଗ୍ରାମର ସୁନୀଲ ପ୍ରଧାନ ଘର କରି ରହିବା ସହିତ ଘର ଆଗରେ ଗ୍ରୋସରିଓପାନ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ।ଗତକାଲି ବିଳମ୍ବିତ ରାତ୍ରରେ ଦୁର୍ବୁତ୍ତ ମାନେ ଦୋକାନ ଘର ତାଲା ଭାଙ୍ଗି ସବୁ ସାମଗ୍ରୀ ସହିତ ୨ହଜାର ଟଙ୍କା ଚୋରୀ କରି ନେଇ ଥାନାରେ ଅଭିଯୋଗ କରିଛନ୍ତି।ସେହିପରି ଈଶ୍ୱରପୁରଫାଣ୍ଡି ଅଧିନସ୍ଥ ଶ୍ୟାମ ସୁନ୍ଦର ପଂଚାୟତ ଅଧିନସ୍ଥ କଣ୍ଟାବଣିଆ ଛକ ନିକଟରେ ଥିବା କୁନା ଇଟା ଭାଟି ଭିତରେ ଥିବା ଅଫିସନିକଟରେ ଟ୍ରାକ୍ଟର ଛିଡା ହୋଇଥିଲା ବେଳେ ଗତକାଲି ବିଳମ୍ବିତ ରାତିରେ ବ୍ୟାଟେରୀ କୁ ଚୋରି ହୋଇଥିବା ଜଣାପଡିଛି।ଦିନକୁ ଦିନ ନୀଳଗିରି ଅଞ୍ଚଳରେ ବାରମ୍ବାର ଚୋରୀ ହେଉଥିବା ରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ତୁରନ୍ତ ପୋଲିସ ଏଦିଗରେ ପଦକ୍ଷେପ ନେବାକୁ ସାଧାରଣ ରେ ଦାବୀ ହୋଇଛି।

Sidha Sambad
Author: Sidha Sambad

Leave a Comment

और पढ़ें