ଆଡ଼ପ ମଣ୍ଡପରେ ମତ୍ସ୍ୟ ଓ କଛପ ଅବତାରରେ ଦର୍ଶନ ଦେଲେ ଶ୍ରୀଜୀଉ।

👇समाचार सुनने के लिए यहां क्लिक करें

ନୀଳଗିରି,୩୦/୬(ସିଧାସମ୍ବାଦ)
ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ରେ ମହାପ୍ରଭୁଭାଇ ଭଉଣୀ ଧରି ଗତକାଲି ରାତିରେ ଆଡ଼ପ ମଣ୍ଡପ ବିଜେ କଲା ପରେ ନୀଳଗିରି ପରମ୍ପରା ଅନୁଯାୟୀ ଆଜି ମହାପ୍ରଭୁ ମତ୍ସ୍ୟ ଓ କଛପ ବେଶରେ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି। ଧାଡ଼ିରେ ଭକ୍ତମାନେ ମତ୍ସ୍ୟ ଓ କଛପ ଅବତାରରେ ମହାବାହୁଙ୍କୁ ଦର୍ଶନ କରିବା ସହିତ ଆଶିଷ ଭିକ୍ଷା କରିଥିଲେ। ମହାପ୍ରଭୁଙ୍କ ଏହି ବେଶ ଦେଖିବାପାଇଁ ଗୁଣ୍ଡିଚା ମନ୍ଦିରରେ ପ୍ରବଳ ଭିଡ଼ ହୋଇଛି। ଭକ୍ତ ମାନଙ୍କସୁରକ୍ଷା ପାଇଁ ଉପଖଣ୍ଡ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Sidha Sambad
Author: Sidha Sambad

Leave a Comment

और पढ़ें