ଗ୍ରାମରେ ବନ୍ୟା ଜଳ ନିଷ୍କାସନରେ ଘୋର ସମସ୍ୟା ; ଚେକଡେମ ଓ ଡ୍ରେନ ନିର୍ମାଣ ଦାବୀ | |

👇समाचार सुनने के लिए यहां क्लिक करें

ଗ୍ରାମରେ ବନ୍ୟା ଜଳ ନିଷ୍କାସନରେ ଘୋର ସମସ୍ୟା ; ଚେକଡେମ ଓ ଡ୍ରେନ ନିର୍ମାଣ ଦାବୀ |

ନୀଳଗିରି, ୩୦/୬(ସିଧାସମ୍ବାଦ); ଗ୍ରାମରେ ବନ୍ୟା ଜଳ ନିଷ୍କାସନରେ ସମସ୍ୟା ହେଉଥିବା ବେଳେ କିଛି ମୁଷ୍ଟିମେୟ ବ୍ୟକ୍ତି ପୂର୍ବରୁ ଜଳ ନିଷ୍କାସନ ଜାଗାରେ ଗୃହ ନିର୍ମାଣ କରିବା ପରେ ବର୍ଷା ଜଳ ନିଷ୍କାସନରେ ବାଧା ଉପୁଜିଛି | ଫଳ ସ୍ୱରୂପ ନିର୍ଦ୍ଧିଷ୍ଟ କିଛି ପରିବାରଙ୍କ ପୈତୃକ ସମ୍ପତି ନଷ୍ଟ ହେଉଥିବାରୁ ପ୍ରଶାସନ ପାଖରେ ଦ୍ୱାରସ୍ତ ହୋଇଛନ୍ତି | କିନ୍ତୁ ମାର ମାର ଭଣ୍ଡାରିଆକୁ ମାର ନୀତି ପ୍ରଶାସନ ଅବଲମ୍ବନ କରୁଥିବାର ଦେଖିବାକୁ ମିଳିଛି | ଏଭଳି ଏକ ସମ୍ବେଦନଶିଳ ଘଟଣା ର ଚିତ୍ର ଦେଖିବାକୁ ମିଳିଛି ନୀଳଗିରି ନିର୍ବାଚନ ମଣ୍ଡଳୀ ଔପଦା ବ୍ଳକ ଦକ୍ଷିଣନରସିଂହପୁର ଗ୍ରାମରେ | ଗ୍ରାମ ଦେଇ ପୂର୍ବ ପୁରୁଷରୁ ବର୍ଷା ଜଳ ଠିକ ଭାବେ ନିଷ୍କାସନ ହେଉଥିଲା | ଗ୍ରାମ ଦେଇ ବୋହି ଯାଉଥିବା କଲରା ନଈ ଟି ଦେବଗିରି ପାହାଡ଼ ପାଦଦେଶ ରୁ ବାହାରି ମିରିଗିଣି ଛୁଆ ଖସା ପୋଲ ଦେଇ ବରି ଓ ଗାଙ୍ଗପୁରା ମୌଜା ଦେଇ ଯାଇଥିବା ବେଳେ ପୁଣି ଏହାର ଏକ ଶାଖା ସାପୁଆ ନଈ ଭାବେ ଦକ୍ଷିଣକୁ ପ୍ରତପଡା ମୌଜା ଦେଇ ବୋହି ଯାଇଥିବା ବେଳେ ଏହାର ଉତ୍ତର କୁ ଗାଙ୍ଗପୁରା ମୌଜାରେ ମିଶିଛି | ପୂର୍ବକୁ ଦକ୍ଷିଣନରସିଂହପୁର ଦେଇ ଯାଇଥିବା ବେଳେ ଉକ୍ତ ମୌଜାର ପାଣି ଦୁଇ ଭାଗରେ ବିଭକ୍ତ ହୋଇ ଚାଷ ଜମିରେ ସୁଚାରୁ ରୂପେ ପାଣି ମାଡି ଚାଷ କାର୍ଯ୍ୟ ହେଉଥିଲା | କିଛି ବର୍ଷ ଆଗରୁ ଅର୍ଥାତ ୨୦୧୭ ମସିହା ପୂର୍ବରୁ ସବୁ ଠିକଠାକ ଥିଲା | କିଛି ବର୍ଷା ଜଳ ଯାଉଥିବା ଗ୍ରାମର ଜମି ମାଲିକ କରୁଣାକର ବାରିକ, ବାଞ୍ଛାନିଧି ବାରିକ, ପୂର୍ଣଚନ୍ଦ୍ର ବାରିକ, ସୁଦର୍ଶନ ବାରିକ, ନୀଳାମ୍ବର ବାରିକ, ମନୋରଞ୍ଜନ ବାରିକ ଉକ୍ତ ଜମି ଉପରେ ଘର ନିର୍ମାଣ କରିବା ଫଳରେ ବର୍ଷାଜଳ ନିଷ୍କାସନ ହେବାରେ ବାଧାପ୍ରାପ୍ତ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି | ଅନ୍ୟ ପକ୍ଷେ ଗ୍ରାମର ରାଜେନ୍ଦ୍ର ସିଂ, ଦୟାନିଧି ଦଳେଇ, ଗୌରାଙ୍ଗ ଦଳେଇ, ପୁରୁଷୋତ୍ତମ ଦଳେଇ, ଦିବାକର ପରିଡ଼ା, ରବୀନ୍ଦ୍ର ପରିଡ଼ା, ଜିତେନ୍ଦ୍ର ପରିଡ଼ା ପ୍ରମୁଖ ୧୦ ରୁ ଉର୍ଦ୍ଧ ଚାଷୀଙ୍କ ବ୍ୟକ୍ତିଗତ ଜାଗା ଉପରେ ୨ ମିଟର ଓସାର ଏବଂ ୭ ଫୁଟ ଗଭୀର ଜାଗା ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ଅତ୍ୟଧିକ ବନ୍ୟା ଜଳ ମାଡିବା ଫଳରେ ଗ୍ରାମର ୩୦ରୁ ଉର୍ଦ୍ଧ ଚାଷୀ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହୋଇଛି | ୨୦୧୭ ମସିହାରେ କୃତ୍ରିମ ବନ୍ୟା ହେବାରୁ ଗ୍ରାମବାସି ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଅଦ୍ୟାବଧି ସମାଧାନ ହୋଇ ପାରିନାହିଁ | ଏପରି ସ୍ଥଳେ ଗତକାଲି ନୀଳଗିରି ତହସିଲଦାର ଉକ୍ତ ଗ୍ରାମକୁ ଯାଇ ବ୍ୟକ୍ତିଗତ ଜାଗାରେ ବର୍ଷାଜଳ ନିଷ୍କାସନ ହେଉଥିବା ସ୍ଥାନକୁ ଯାଇ ସମାଧାନର ବାଟ ବାହାର କରିବା ପରିବର୍ତ୍ତେ ତାଙ୍କ ଉପରେ ଜୁଲମ କରିଥିଲେ | ଉକ୍ତ ନାଳ କୁ ଅଧିକ ଭାବରେ ତାଡ଼ି ସମୁଦାୟ ଜଳ ନିଷ୍କାସନ ପାଇଁ ଜେସିବି ଲଗାଇ ପୋଲ ତାଡ଼ି ଦେଇଥିଲେ | ପୋଲ ଭାଙ୍ଗି ନଥିବା ବେଳେ ତହସିଲଦାର ଘଟଣା ସ୍ଥଳରୁ ଫେରିଆସିଥିଲେ | ଏନେଇ ଆଜି କ୍ଷତିଗ୍ରସ୍ତ ଜମି ମାଲିକ ଏକ ପ୍ରେସ ବିବୃତିରେ ନିଜର କ୍ଷୋଭ ପ୍ରକାଶ କରଥିଲେ | ବର୍ଷାଜଳ ନିଷ୍କାସନ ପାଇଁ ଚେକଡେମ ସହିତ ପୂର୍ବରୁ ପାଣି ଆସୁଥିବା ମାଲିକଙ୍କୁ ବୁଝା ସୁଝା କରି ତାଙ୍କ ଜାଗା ପାଖଦେଇ ଜଳ ନିଷ୍କାସନ ପାଇଁ ପଦକ୍ଷେପ ନେବାକୁ ପ୍ରଶାସନ କୁ ନିବେଦନ କରିଥିଲେ |

Sidha Sambad
Author: Sidha Sambad

Leave a Comment

और पढ़ें