ଅଗ୍ନି ବିପନ୍ନ ପରିବାରକୁ ସହାୟତା

👇समाचार सुनने के लिए यहां क्लिक करें

ଅଗ୍ନି ବିପନ୍ନ ପରିବାରକୁ ସହାୟତା ପ୍ରଦାନ |

ନୀଳଗିରି,୧/୭(ସିଧାସମ୍ବାଦ);ଗତକାଲି ବିଳମ୍ବିତ ରାତିରେ ନୀଳଗିରି କେସିପୁର ପଞ୍ଚାୟତ ବଢେଇପଲା ଗ୍ରାମର ପ୍ରଧାନ ସିଂଙ୍କ ଘରେ ନିଆଁ ଲାଗି ଦୁଇ ବଖରା ଜଳି ପାଉଁଶ ହୋଇଯାଇଛି। ଖବର ପାଇ କଂଗ୍ରେସ ନେତା ତଥା ପ୍ରିୟଦର୍ଶନୀ ସେବା ସଂସ୍ଥାର ସମ୍ପାଦକ ତପନ ରାଉତ ଆଜି ଅଗ୍ନି ବିପନ୍ନ ପରିବାରଙ୍କୁ ଭେଟିବା ସହିତ ରେସନ ସାମଗ୍ରୀ, ଲୁଗାପଟା ସହିତ କିଛି ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି | ଏହା ସହିତ ତୁରନ୍ତ ସରକାରୀ ସହାୟତା କିଭଳି ପାଇବେ ସେଥିଲାଗି ଉପରିସ୍ଥ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ | ସୂଚନା ମୁତାବକ ଗତ କାଲି ରାତି ପ୍ରାୟ ୧୦.୩୦ ମିନିଟ ସମୟରେ ପ୍ରଧାନ ପରିବାର ବର୍ଗ ଘରେ ଶୋଇଥିବା ସମୟରେ ହଠାତ ନିଆଁ ଲାଗି ଘରଗୁଡିକ ଜଳିବାକୁ ଲାଗିଥିଲା | ଅତ୍ୟଧିକ ଗରମ ଅନୁଭବ ହେବାରୁ ସମସ୍ତେ ନିଆଁ ଲାଗିଥିବା ଦେଖି ଜୀବନ ବିକଳରେ ଘର ବାହାରକୁ ଦୌଡିଥିଲେ | ପରେ ପଡୋଶୀଙ୍କୁ ଡାକି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ | କପ୍ତିପଦା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପୂର୍ବରୁ ଦୁଇ ବଖରା ଘର ପୋଡି ପାଉଁଶ ହେବା ସହ ଲକ୍ଷାଧିକ
ଟଙ୍କାର ଘରର ଆସବାପତ୍ର, ଅତ୍ୟାବଶ୍ୟକ ଘରର କାଗଜ ପତ୍ର ପୋଡି ଭଶ୍ମିଭୂତ ହୋଇ ଯାଇଥିଲା |

Sidha Sambad
Author: Sidha Sambad

Leave a Comment

और पढ़ें