ଜିଲ୍ଲା କୃଷି ଅଧିକାରୀ ସୁମନ୍ତ ନାୟକଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା|

👇समाचार सुनने के लिए यहां क्लिक करें

ଜିଲ୍ଲା କୃଷି ଅଧିକାରୀ ସୁମନ୍ତ ନାୟକଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା |
ନୀଳଗିରି,୧/୭(ସିଧାସମ୍ବାଦ);
ନୀଳଗିରି ଜିଲ୍ଲା କୃଷି ଅଧିକାରୀ ସୁମନ୍ତ ନାୟକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି | ଗତକାଲି
ଅପରାହ୍ନ ୩ ଘଟିକା ସମୟରେ
ନୀଳଗିରି ସ୍ଥିତ ଜିଲ୍ଲା କୃଷି କାର୍ଯ୍ୟାଳୟ ପରିସରରେ ଆୟୋଜିତ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ମୁଖ୍ୟ କୃଷି ଜିଲ୍ଲା ଅଧିକାରୀ ତୁଷାର କାନ୍ତି ତୁଙ୍ଗ, ନୀଳଗିରିର ଭାରପ୍ରାପ୍ତ ଜିଲ୍ଲା କୃଷି ଅଧିକାରୀ ସରୋଜ କୁମାର ଜେନା ମଞ୍ଚାସିନ ଥାଇ ଶ୍ରୀଯୁକ୍ତ ନାୟକଙ୍କ ଚାକିରୀ ଜୀବନରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀଙ୍କ ସହିତ କିଭଳି ଭାବେ ସୁ ସମ୍ପର୍କ ରଖି କାର୍ଯ୍ୟ ନିର୍ବାହ କରିଥିଲେ ଉପସ୍ଥିତ କର୍ମଚାରୀ ଙ୍କ ସାମ୍ନାରେ ବଖାଣି ଥିଲେ | ଶ୍ରୀଯୁକ୍ତ ନାୟକ ଜଣେ ମେଳାପି, ମିଷ୍ଟଭାସି, ପରୋପକାରୀ ତଥା ବୈଶ୍ୟୟିକ ଜ୍ଞାନ କୌଶଳର ଅଧିକାରୀ ଥିବା ବେଳେ ଅଧିକାରୀ ଙ୍କ ସହିତ ସମନ୍ୱୟ ରଖି ଚାକିରୀ ଜୀବନ ଶେଷ କରିପାରିଥିଲେ ସେଇଥି ପାଇଁ ତାଙ୍କ ଅବସର ରେ ସମସ୍ତେ ଦୁଃଖ ପ୍ରକାଶ କରିଥିଲେ | ଶ୍ରୀଯୁକ୍ତ ନାୟକ ଚାକିରୀର ଶେଷ ଦିବସରେ ଭାବ ବିହ୍ଵଳ ହୋଇପଡ଼ିଥିଲେ | ତାଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ସମ୍ମାନିତ କରାଯାଇ ଥିବା ବେଳେ ତାଙ୍କ ସହ ଧର୍ମିଣୀ ଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା | ଅନ୍ୟମାନଙ୍କ ମଧ୍ୟରେ ନୀଳଗିରି ବ୍ଳକ କୃଷି ଅଧିକାରୀ ମିତାଲି ନାୟକ, ଔପଦା ବ୍ଳକ କୃଷି ଅଧିକାରୀ ଅବିନାଶ ବେହେରା, କୃଷି ଓଭରସିୟର ଅରୁଣ କୁମାର ପରିଡ଼ା, ଅଶୋକ କୁମାର ମିଶ୍ର, ସମସ୍ତ ଗ୍ରାମ୍ୟ କୃଷି ଅଧିକାରୀ, ଅଫିସ କର୍ମଚାରୀ, ଆତ୍ମା କର୍ମଚାରୀ, ମିଲେଟ ମିଶନ କର୍ମଚାରୀ ଉପସ୍ଥିତ ଥିଲେ |

Sidha Sambad
Author: Sidha Sambad

Leave a Comment

और पढ़ें