ବୋଲଗଡ (ସିଧା ସମ୍ବାଦ)ଗତ ୨୮ତାରିଖରେ ଗୁଣ୍ଡିଚା ମନ୍ଦିରଠାରେ ଘଟିଥିଲା ଅଘଟଣ. ଦଳାଚକଟା ରେ ୩ଜଣଙ୍କ ଜୀବନ ଚାଲିଯାଇଛି.ସେମାନଙ୍କ ମଧ୍ୟରେ ବୋଲଗଡ ବ୍ଲକ କଳାଙ୍ଗ ପଞ୍ଚାୟତ ଗୋବର୍ଦ୍ଧନ ପୁର ବନ୍ଧ ସାହିର ବାସନ୍ତୀ ସାହୁ ଅନ୍ୟତମ. ରାଜ୍ୟ ସରକାର ଏହି ଅଘଟଣ ପାଇଁ ଗଭୀର ମର୍ମାହତ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ. ତତ୍କାଳ ମୃତକଙ୍କ ପରିବାର କୁ ୨୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିଥିଲେ. ବୁଧବାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ.ହରିଚନ୍ଦନ ପୀଡିତ. ପରିବାରକୁ ଭେଟି ସମବେଦନା ଜଣାଇବା ସହ ସରକାର ଙ୍କ ପ୍ରଦତ୍ତ ୨୫ଲକ୍ଷ ଟଙ୍କା ର ଚେକ ସ୍ୱାମୀ ଦିଲ୍ଲୀପ କୁମାର ସାହୁଙ୍କୁ ପ୍ରଦାନ କରିଛନ୍ତି ପରିବାରକୁ ସମସ୍ତ ସହାୟତା ଯୋଗାଇଦେବେ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ. ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ ସ୍ଥାନୀୟ ଦଳୀୟ ନେତୃବୃନ୍ଦ ଲୋତକ ବିନ୍ଦୁ ପଟ୍ଟନାୟକ ନିରଞ୍ଜନ କର ପ୍ରକାଶ ରଣବିଜୁଳି ଜିଲ୍ଲା ଯୁବ ସଭାପତି ବିଶ୍ୱରଂଜନ ପ୍ରଧାନ ବ୍ଲକ ଅଧକ୍ଷାଙ୍କ ପ୍ରତିନିଧି ପ୍ରଫୁଲ୍ଲ ପ୍ରଧାନ ସରପଞ୍ଚ ସରୋଜିନୀ ପରିଡା ପ୍ରତିନିଧି ରତିକାନ୍ତ ରାଉତରାୟ ନାଏବ ସରପଞ୍ଚ ପ୍ରଭାତ ସ୍ୱାଇଁ, ସମିତି ସଭ୍ୟ ରଶ୍ମି ରଞ୍ଜନ ପ୍ରଧାନ ଯୁବ ସମାଜସେବୀ ପ୍ରଶାନ୍ତ କୁମାର ହୋତା ପ୍ରମୁଖ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ ସରୋଜିନୀ ଙ୍କର ଝିଅ ବି ଟେକ ପଢ଼ୁଥିବା ବେଳେ ପୁଅ ୮ମ ଶ୍ରେଣୀ ରେ ପଢୁଛି.. ବୃଦ୍ଧ ଶାଶୁ ଶଶୁର ମଧ୍ୟ ରହିଛନ୍ତି. ସେମାନଙ୍କୁ ଶିକ୍ଷା ପାଇଁ ସହଯୋଗ କରିବାକୁ ଗ୍ରାମବାସୀ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି. ଏଦିଗରେ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଗଣମାଧ୍ୟମ ସମ୍ମୁଖରେ ସୂଚନା ଦେଇଛନ୍ତି.






