ହାତୀଦାନ୍ତ ତସ୍କରିରେ ନୀଳଗିରି ବିଧାୟକଙ୍କ ସଂପୃକ୍ତି ନେଇ ବିଜେଡିର ପ୍ରେସବିଜ୍ଞପ୍ତି।
ଭୁବନେଶ୍ୱର /ନୀଳଗିରି,୩/୭
କୁଳଡିହା ଅଭୟାରଣ୍ୟରେ ଏକ ଗଳିତ ହାତୀର ଦେହାବଶେଷ ଗତ ଜୁନ ୧୫ତାରିଖରେ ଲୋକଲୋଚନକୁ ଆସିବାପରେ ଏହାର ବିଧିବଦ୍ଧ ତଦନ୍ତ କରିଥିଲା ବନବିଭାଗ। ଏହି ଘଟଣାରେ ୫ଜଣ ଶିକାରୀଙ୍କୁ ଗିରଫ କରିଥିଲା ବେଳେ ବନବିଭାଗ ତନ୍ମଧ୍ୟରୁ ୩ଜଣ ଶିକାରୀ ବିଧାୟକ ସନ୍ତୋଷ କୁମାର ଖଟୁଆଙ୍କ ଭୋଳଡାଙ୍ଗର ସ୍ଥିତ ଫାର୍ମହାଉସରୁ ବନବିଭାଗ ଗିରଫ କରିଥିବା ନେଇ ଗତ ୨ତାରିଖ ଭୁବନେଶ୍ୱର ସ୍ଥିତ ଶଙ୍ଖଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ସଙ୍ଗୀନ ଆରୋପ ଆଣିଛି ବିଜେଡ଼ି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଜିଲ୍ଲା ବିଜେଡ଼ି ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହି, ବିଜେଡ଼ି ମୁଖପାତ୍ର ଡ଼ଃ ଲେଖାଶ୍ରୀ ସାମନ୍ତ ସିଂହାର, ଏବଂ ନୀଳଗିରିର ପୂର୍ବତନ ବିଧାୟକ ଇଂ ସୁକାନ୍ତ କୁମାର ନାୟକଙ୍କ ଉପସ୍ଥିତିରେ ବନ୍ୟଜନ୍ତୁ ଶିକାର , ଖାସକରି ହାତୀଦାନ୍ତ ଚୋରାଚାଲାଣ ଏବଂ ଜଙ୍ଗଲଜମି ହଡ଼ପ ଆଦି ବିଭିନ୍ନ ଘଟଣାରେ ନୀଳଗିରି ବିଧାୟକଙ୍କ ସଂପୃକ୍ତି ନେଇ ବିଜେଡିର ଏହି ତିନିଜଣ ନେତା ସ୍ପଟୋକ୍ତି କରିବା ସହିତ ସନ୍ତୋଷ ଖଟୁଆ ଶାସକ ଦଳର ବିଧାୟକ ହୋଇଥିବା କାରଣରୁ ସରକାର ତାଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ କରିଛନ୍ତି ଡ଼ଃ ଲେଖାଶ୍ରୀ ସାମନ୍ତ ସିଂହାର। ଯଥାଶୀଘ୍ର ଏହାର ଉଚ୍ଚସ୍ତରୀୟ ତଦନ୍ତକରି ବନ୍ୟଜନ୍ତୁ ଶିକାର ଆଇନ(ପେସା)ରେ ଗିରଫ କରିବାକୁ ରାଜ୍ୟ ସରକାରଙ୍କ ଠାରେ ଦାବୀ କରିଛନ୍ତି।






