ମୁହଁରେ ମୁଖା ଲଗାଇ ଧାରୁଆ ଅସ୍ତ୍ର ରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ |
ନୀଳଗିରି,୬/୭(ସିଧାସମ୍ବାଦ);ଗତ ୫ ତାରିଖ ଶନିବାର ରାତିରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରାଯାଇଥିବା ବେକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ଏଭଳି ଘଟଣା ନୀଳଗିରି ଥାନା ପୋଡାଶୂଳ ଅଞ୍ଚଳରେ ଘଟିଛି। ସୂଚନାଯୋଗ୍ୟ ଶନିବାର ରାତ୍ରରେ ନୀଳଗିରି ବ୍ଲକ ଜଡିଦା ପଞ୍ଚାୟତ ଅଧିନ ପୋଡାଶୂଳ ଗ୍ରାମର ବଳରାମ ସ୍ୱାଇଁ ମାର୍କେଟିଂ ସାରି ଘରକୁ ଫେରିଥିଲେ।ରାତ୍ର ପ୍ରାୟ ୧୦ ଟା ସମୟରେ ଘରେ ବସି ଖାଉଥିବା ସମୟରେ ଜଣେ ଅଜଣା ଯୁବକ ମୁହଁରେ ମୁଖାପିନ୍ଧି ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ତାଙ୍କୁ ସେ ଜୋରରେ ଧରିବା ପରେ ହାତରୁ ଖଣ୍ଡାଟି ଖସି ପଡ଼ିଥିଲା।ପରେ ଏକ ଗ୍ଲାସରେ ମୁଣ୍ଡରେ ଆଘାତ କରି ଆକ୍ରମଣ କାରୀ ଖସିଯାଇଥିଲା।ତେବେ ବଳରାମ ଫୋନଯୋଗେ ପଡୋଶୀଙ୍କୁ ଡାକିବାରୁ ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ପରେ ସେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।






