ପୂର୍ବତନ ସରପଞ୍ଚ ଙ୍କ ହୃଦଘାତ ରେ ପରଲୋକ | |

👇समाचार सुनने के लिए यहां क्लिक करें

ପୂର୍ବତନ ସରପଞ୍ଚ ଙ୍କ ହୃଦଘାତ ରେ ପରଲୋକ |

ନୀଳଗିରି, ୬/୭(ସିଧା ସମ୍ବାଦ); ନୀଳଗିରି ନିର୍ବାଚନ ମଣ୍ଡଳୀ ଔପଦା ବ୍ଳକ ଦକ୍ଷିଣନରସିଂହପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ତଥା ନୀଳଗିରି ମହୁରୀର ସଂଘର ସଦସ୍ୟ ହରେକୃଷ୍ଣ ଜେନା (୭୨)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇ ଯାଇଛି | ସୂଚନା ମୁତାବକ ଚାଷଖଣ୍ଡ ଗ୍ରାମର ବାସ ଭବନ ରେ ଗତକାଲି ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ | ତାଙ୍କୁ ପ୍ରଥମେ ଖନ୍ତାପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା | ସେ ଗୁରୁତ୍ତର ଥିବାକଥା ସେଠାରେ ଡାକ୍ତର କହିଥିଲେ | ପରିବାର ଲୋକେ ତାଙ୍କୁ ରେମୁଣା ସ୍ଥିତ ଫକୀରମୋହନ ମେଡିକାଲ କୁ ନେଇଥିଲେ | ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ନ ୩ ଘଟିକା ସମୟରେ ହୃଦଘାତ ରେ ପରଲୋକ ହୋଇଥିଲା | ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକାକୋଳ ପରିବେଶ ସୃଷ୍ଟି ହୋଇଛି | ଗ୍ରାମରେ ପାର୍ଥିବ ଶରୀର ପହଞ୍ଚିବା ପରେ ସିପିଆଇ ଜିଲ୍ଲା ସମ୍ପାଦକ ତଥା ବାଉଁଶବଣିଆ ଗ୍ରା:ପ ସରପଞ୍ଚ ନିରଞ୍ଜନ ବାରିକ, ସ୍ଥାନୀୟ ସରପଞ୍ଚ ଅଶୋକ ଜେନା, କଂଗ୍ରେସ ନେତା ବିଦ୍ୟାଧର ମହାନ୍ତି, ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଶେଷ ଦର୍ଶନ କରି ଅମରଆତ୍ମା ର ସଦଗତି କାମନା କରିବା ସହିତ ଦଳୀୟ ଲାଲ ପତାକା ଘୋଡାଇ ଲାଲ ସଲାମ ଜଣାଇଥିଲେ | ପରେ ଦଳର ଜିଲ୍ଲା ସମ୍ପାଦକ ଏବଂ ମହୁରୀର ସଂଘର ସଭାପତି ପୂର୍ଣଚନ୍ଦ୍ର ନାୟକ ପରିବାରକୁ ୨୦ ହଜାର ଅର୍ଥ ରାଶି ସହଧର୍ମିଣୀ ଙ୍କୁ ପ୍ରଦାନ କରିଥିଲେ | ସିପିଆଇ ଦଳରେ ଜଣେ ସକ୍ରିୟ କର୍ମୀ ଥାଇ ୧୯୯୨ରୁ ୧୯୯୭ ସେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ | ତାଙ୍କ ସହ ଧର୍ମିଣୀ, ବଡ଼ପୁଅ ପୁଲିନ, ସାନପୁଅ ଲଲିନ ଜେନା, ପୁତ୍ରବଧୂ, ନାତି, ନାତୁଣୀ, ପରିବାର ବର୍ଗ, ଜ୍ଞାତି କୁଟୁମ୍ବ ଶବାଧାରରେ ଯାଇ ଥିବା ବେଳେ ଗ୍ରାମ ମଶାଣି ରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି | ସାନ ପୁତ୍ର ଲଲିନ ଜେନା ମୁଖାଗ୍ନି ଦେଇଥିଲେ | ସେ ଜଣେ ମେଳାପି, ମିଷ୍ଠ ଭାଷୀ, ପରୋପକାରୀ, ଦରଦୀ ମଣିଷ ତଥା ଦଳରେ ଥାଇ ସରପଞ୍ଚ ହେବା ପୂର୍ବରୁ ଏବଂ ସରପଞ୍ଚ ସମୟ ସରିବା ପରେ ମଧ୍ୟ ସାଧାରଣ ଜନତାଙ୍କୁ ସହଯୋଗ କରି ବେଶ କ୍ଷାତି ଅର୍ଜନ କରିପାରିଥିଲେ |

Sidha Sambad
Author: Sidha Sambad

Leave a Comment

और पढ़ें