ଆସନ୍ତା ଜୁଲାଇ ୯ ରେ ସାଧାରଣ ଧର୍ମଘଟ ପାଇଁ ସୋମନାଥପୁର
ଟ୍ୟାଙ୍କଲୋରୀ ୱାର୍କର୍ସ ୟୁନିୟନ ତରଫରୁ ସଭା।
ନୀଳଗିରି,୦୭/୦୭(ସିଧାସମ୍ବାଦ); ସୋମନାଥପୁର ଠାରେ ଆସନ୍ତା ଜୁଲାଇ ୯ ତାରିଖ ସାଧାରଣ ଧର୍ମଘଟ ପାଇଁ ଟ୍ୟାଙ୍କ୍ ଲ୍ୟାରୀ ୱାର୍କର୍ସ ୟୁନିଅନ ପକ୍ଷରୁ ଏକ ସଭା
ଅନୁଷ୍ଠିତ ହୋଇଯାଇଛି। ସୂଚନା ରୁ ଜଣାଯାଇଛି ମୋଦୀ ସରକାର କ୍ଷମତାକୁ ଆସିବା ପରେ ସମସ୍ତ ଶ୍ରମିକ, କୃଷକ ଓ ଜନସାଧାରଣଙ୍କ ଉପରେ ଆକ୍ରମଣ ବଢିଛି। ଶ୍ରମିକ ମାନେ ନିଜର ହକ୍ ଦାବୀ ହାସଲ ପାଇଁ ୪୪ ଟି ଶ୍ରମ ଆଇନ୍ ଥିଲା ।
ଉକ୍ତ ଆଇନ୍ କୁ ଭାଙ୍ଗି ଚାରୋଟି ଶ୍ରମ କୋଡ୍ ରେ ପରିଵର୍ତ୍ତନ କରାଯାଇଛି। ଫଳରେ ଶ୍ରମିକ ମାନେ ଗୋତି ଶ୍ରମିକରେ ପରିଣତ ହେବା ସହିତ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି । ଚାଷୀ ତାର ଫସଲର ଉପଯୁକ୍ତ ମୂଲ୍ୟ ପାଉନାହିଁ। ସମସ୍ତ ସରକାରୀ ସଂସ୍ଥା କୁ ଘରୋଇ କାରଣ କରାଯାଇଛି। ତତ୍ ସହିତ ମହିଳା ମାନଙ୍କ ଉପରେ ନିର୍ଯ୍ୟାତନା ବଢିଛି । ଏହିପରି ୧୭ ଦଫା ଦାବୀ ନେଇ ଆସନ୍ତା ଜୁଲାଇ ୯ ତାରିଖ ଦିନ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ଵାଧୀନ ଫେଡେରେସନ ମାନଙ୍କ ତରଫରୁ ସାଧାରଣ ଧର୍ମଘଟ ଡାକରା ଦିଆଯାଇଛି। ଉକ୍ତ ଧର୍ମଘଟ କୁ ସଫଳ ପାଇଁ ସୋମନାଥ ପୁର୍ ତିନୋଟି ଡିପୋ ରେ ସିଟୁ ତରଫରୁ ପ୍ରତିବାଦ ସଭା କରାଯାଇଥିବା ବେଳେ ଧର୍ମଘଟ କୁ ସଫଳ କରିବା ପାଇଁ ନିବେଦନ କରାଯାଇଛି। ଉକ୍ତ ସଭାରେ ସିଟୁ ର ଜିଲ୍ଲା ଆବାହକ ବିଜୟ ପାତ୍ର, ମୋଟର ଟ୍ରାନ୍ସପୋର୍ଟ ୱାର୍କର୍ସ ୟୁନିୟନ ର ସାଧାରଣ ସମ୍ପାଦକ ରାଜକିଶୋର ଲେଙ୍କା ଉକ୍ତ ଧର୍ମଘଟ କୁ ସଫଳ ପାଇଁ ବକ୍ତବ୍ୟ ରଖିଥିଲେ। ଉକ୍ତ ସଭାରେ ସନାତନ ବେହେରା ,ମୁନା ବେହେରା, ଗୁଲସନ ଚୌଧୁରୀ, ସେକ୍ ମୋବାରକ,ଅମର ରାଉତ, ନିତ୍ୟାନନ୍ଦ ମଲ୍ଲିକ, ଙ୍କ ସମେତ ବହୁ ସଦସ୍ୟ ଓ ନେତା ଉପସ୍ଥିତ ଥିଲେ।
8




