ବନମହୋତ୍ସବ ସପ୍ତାହ ପାଳନ ଅବସରରେ ନୀଳଗିରି ମହାବିଦ୍ୟାଳୟରେ ବୃକ୍ଷରୋପଣ

👇समाचार सुनने के लिए यहां क्लिक करें

ବନମହୋତ୍ସବ ସପ୍ତାହ ପାଳନ ଅବସରରେ ନୀଳଗିରି ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ।
ନୀଳଗିରି,୮/୭(ସିଧାସମ୍ବାଦ);
ବନମହୋତ୍ସବ ସପ୍ତାହ ପାଳନ ଅବସରରେ ନୀଳଗିରି ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଯୁବ ରେଡକ୍ରସ୍ ତରଫରୁ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ରାଉଳଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷ ହିଁ ଜୀବନ ଉପରେ ଦିଗ୍ ଦର୍ଶନ ଦେଇଥିଲେ। ଏହି ଅବସରରେ କଲେଜ ପରିସରରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଥିଲା। ଏହି ଅବସରରେ ଅଧ୍ୟାପିକା ବନସ୍ମିତା ପଣ୍ଡା, ସୀମାରାଣୀ ସେଠୀ, ସୁଦେଷ୍ଣା ଚିରସ୍ରୋତା, ଶୁଭଶ୍ରୀ ଜେନା, ରୋଜିନା ରୋଜାଲିନ, ଲକ୍ଷ୍ମୀପ୍ରିୟା ସିଂ, ସଙ୍ଗୀତା ପାତ୍ର, ସୁକାନ୍ତ ପାତ୍ର,ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें