ବୁଥସ୍ତରୀୟ ଅଧିକାରୀ ମାନଙ୍କ ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମାପନ।
ନୀଳଗିରି,୮/୭, (ସିଧାସମ୍ବାଦ);
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ନୀଳଗିରି ଭୋଟରପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଡ: ମଧୁସ୍ମିତା ସାମନ୍ତରାୟଙ୍କ ପକ୍ଷରୁ ସ୍ଥାନୀୟ ନୀଳଗିରି ମହାବିଦ୍ୟାଳୟଠାରେ ବୁଥ ସ୍ତରୀୟ ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚଳିତମାସ ୩ତାରିଖ ଠାରୁ ଆରମ୍ଭ ହୋଇ ଅଦ୍ୟ ୮ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ତଥା ଭୋଟର ପଞ୍ଜିକରଣ ଅଧିକାରୀ ଡ: ମଧୁସ୍ମିତା ସାମନ୍ତରାୟ, ଗୋଷ୍ଠୀଉନ୍ନୟନ ଅଧିକାରୀ ବିକ୍ରମ କେଶରୀ ପରିଡା,ସହକାରୀ ଜିଲ୍ଲାପାଳ ରଞ୍ଜନ ସେନାପତି, ସୂଚନା ଓ ଲୋକସଂପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ବାଳ,ଗୋଷ୍ଠୀ ଶିକ୍ଷାଧିକାରୀ ଭୀମସେନ ବିଶ୍ଵାଳ, ବରିଷ୍ଠ ରାଜସ୍ବ ସହାୟକ ସୁଶାନ୍ତ ସିଂ,ପ୍ରଶିକ୍ଷକ ରୂପକ କୁମାର ପଶା, ସୁରେନ୍ଦ୍ର ରାଉତ,ଶିବପ୍ରସାଦ ପରିଡ଼ାଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ଥାଉ କି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶାନୁସାରେ ସମଗ୍ର ରାଷ୍ଟ୍ରରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚଳିତମାସ ୩ତାରିଖ ଠାରୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଜାରିରହିବ।ଏହିକ୍ରମରେ ନୀଳଗିରି ନିର୍ବାଚନ ମଣ୍ଡଳୀ ରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୋଟ ୨୪୩ ଜଣ ସୁପରଭାଇଜର, ବି.ଏଲ.ଓ. ପର୍ଯ୍ୟାୟ କ୍ରମେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।ଏହି କାର୍ଯ୍ୟକ୍ରମରେ ବୁଥ ସ୍ତରୀୟ ଅଧିକାରୀ ମାନେ ଫର୍ମ -୬,୬ଏ,୭,୮ର ଉପଯୋଗ କରିବାପାଇଁ ବିଭିନ୍ନତଥ୍ୟକୁ ଆଧାରକରି ବିବରଣୀ ଅନୁଯାୟୀ ସଠିକତା ଉପରେ ଅଭିଜ୍ଞ ପ୍ରଶିକ୍ଷକଗଣ ଉପସ୍ଥିତ ସମସ୍ତ ଅଧିକାରୀ ମାନଙ୍କୁ ବିଶେଷଭାବରେ ଅବଗତ କରିବାସହିତ ଦୃଶ୍ୟ, ଶ୍ରାବ୍ୟ ଯନ୍ତ୍ର ଯୋଗେ ସନ୍ଦେହ ଦୂର ପାଇଁ ବ୍ୟବସ୍ଥା କରାଯାଇଥିଲା। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସମସ୍ତ ବି.ଏଲ୍.ଓ ଏବଂ ପର୍ଯ୍ୟବେକ୍ଷକ ମାନଙ୍କ ପରିଚୟପତ୍ର ଯୋଗାଇ ଦିଆଯାଇଛି। କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟପକ୍ଷରୁ ଅନୁବିଭାଗୀୟ ଅଧିକାରୀ କୌଶଲ୍ୟା ବେହେରା, ନିର୍ବାଚନ ବିଭାଗୀୟ କର୍ମକର୍ତ୍ତା ତଥା ବରିଷ୍ଠ ରାଜସ୍ବ ସହାୟକ ସୁଶାନ୍ତ ସିଂ, ନରୋତ୍ତମ ପଲେଇ, ଗୀତା ରାଣୀ ସିଂ, ଜେ. ଆର.ଏ ମୃତ୍ୟୁଞ୍ଜୟ ବେ ହେରା, ପରମେଶ୍ବର ନାଏକ, ରଥିଆ ସିଂ, ପ୍ରିୟଙ୍କା ସିଂ , ଶୁଭଲକ୍ଷ୍ମୀ ସେଠୀ, ପ୍ରକାଶ ବେହେରା ଏବଂ ଗୌତମ ହାବୁଡ଼ା ପ୍ରମୁଖ ସହଯୋଗ କରିଥିଲେ।




