କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଶ୍ରମ କୋଡ ଓ ପ୍ରମୁଖ ୧୮ ଦଫା ଦାବୀ ନେଇ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ପକ୍ଷରୁ ନୀଳଗିରି ବନ୍ଦ |

👇समाचार सुनने के लिए यहां क्लिक करें

ନୀଳଗିରି, ୯/୭,(ସିଧାସମ୍ବାଦ); କେନ୍ଦ୍ର ସରକାରରେ ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ପ୍ରତ୍ୟାହାର ସହିତ, ଚାଷୀ ଫସଲର ସର୍ବନିମ୍ନ ଦର ଆଇନ, ଦରଦାମ ନିୟନ୍ତ୍ରଣ, ନିଯୁକ୍ତି, ସରକାରୀ ସମ୍ପତ୍ତି ବିକ୍ରି ବନ୍ଦ, ଏବଂ ଦେଶ ର ସୁରକ୍ଷା ପାଇଁ ପ୍ରମୁଖ ୧୮ ଦଫା ଦାବୀ ନେଇ ସାରା ଦେଶରେ ଭିକ୍ଷୋଭ କରାଯାଉଥିବା ବେଳେ ଆଜି ନୀଳଗିରି ଠାରେ ସର୍ବଦଳୀୟ ରାଜନୈତିକ ଦଳ ଓ ବିଭିନ୍ନ ସଂଗଠନ ପକ୍ଷରୁ ମିଳିତ ଭାବେ ରାସ୍ତା ରୋକ ସହିତ ଭିକ୍ଷୋଭ ପ୍ରଦର୍ଶନ କରାଯାଇଛି | ଏହି ପରିପ୍ରେକ୍ଷୀରେ ନୀଳଗିରି ବାଇ ପାସ ଛକ ଏବଂ ମିତ୍ରପୁର ଛକ ଠାରେ ସକାଳ ୭ ଘଟିକା ଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରାଯାଇଥିଲା | ଏଥି ସହିତ ସ୍କୁଲ, କଲେଜ, ଡାକ୍ତରଖାନା ଭଳି ଅତ୍ୟାବଶ୍ୟକ କାର୍ଯ୍ୟାଳୟ ଏବଂ ଦୋକାନ ବଜାର କୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ଦପ୍ତର ଏବଂ ବ୍ୟାଙ୍କ ବନ୍ଦ କରାଯାଇଥିଲା | ଉକ୍ତ ଧର୍ମଘଟ ରେ ବିଜେଡ଼ି, କଂଗ୍ରେସ,
ସିପିଆଇ,ସିପିଆଇ(ଏମ),
ଶ୍ରମିକ ସଂଗଠନ, ସାମିଲ ଥିବା ବେଳେ ବିଜେଡିରୁ ପୂର୍ବତନ ବିଧାୟକ ସୁକାନ୍ତ ନାୟକ, ଗଙ୍ଗାଧର ମିଶ୍ର,ରବୀନ୍ଦ୍ର ପରିଡ଼ା, ବୁଦ୍ଧଦେବ ସରକାର, ଦାସବାବୁ ସିପିଆଇ ରୁ ନିରଞ୍ଜନ ବାରିକ,କୈଳାଶ ପଣ୍ଡା, ଆଇନଜୀବି ଗୌରହରୀ ବେହେରା, ବିଜୟ ସ, ରାଜ୍ୟ କିଷାନ କଂଗ୍ରେସ ଉପସଭାପତି ଯଶୋଦା ନନ୍ଦନ ସିଂହ, ବ୍ଳକ ସଭାପତି ମନୋରଞ୍ଜନ ପଣ୍ଡା, ଏନଏସି ସଭାପତି ଉପେନ୍ଦ୍ର ବେହେରା, ଛାତ୍ର କଂଗ୍ରେସ ନେତା ଅଶ୍ୱିନ ପାତ୍ର, ସିପିଆଇ(ଏମ) ରୁ ଷ୍ଟାଲିନ ମିଶ୍ର, ଦଳୀୟ ନେତୃତ୍ୱ, ମହିଳା କର୍ମୀ, ପାଚିକା, ସହାୟିକା, ମହିଳା ସାମିଲ ଥିଲେ | ଅନ୍ୟ ପକ୍ଷରେ ଯାତ୍ରୀ ମାନେ ଯିବା ଆସିବାରେ ନାହିଁ ନଥିବା ଅସୁବିଧା ରେ ସମ୍ମୁଖୀନ ହୋଇଥିଲେ |

Sidha Sambad
Author: Sidha Sambad

Leave a Comment

और पढ़ें