ମିଳିତ ଶ୍ରମିକ ସଂଗଠନ ତରଫରୁ ଦେଶବ୍ୟାପୀ ଧର୍ମଘଟ ଓ ହଡତାଲ I

👇समाचार सुनने के लिए यहां क्लिक करें

୯/୭,(ସିଧାସମ୍ବାଦ); ଦକ୍ଷୀଣ ଓଡିଶା ପାଚିକା ଓ ସହାୟିକା ମହାସଂଘ ( AICCTU) ଓ ଅଖିଲ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା (AIARLA) ତରଫରୁ ଗୁଣପୁର ନାଗଭୂଷଣ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ବାଇପାସ୍ ଛକ ଠାରେ ରାସ୍ତା ଅବରୋଧ କରିବା ସହ ଏକ ଶୋଭାଯାତ୍ରା ବାହାରି ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ 17 ଦଫା ଦାବି ଉପ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l
ସ୍କିମ୍ ଶ୍ରମିକ ମାନଙ୍କୁ ସରକାରୀ କର୍ମଚାରୀ ର ମାନ୍ୟତା ଓ ମାସିକ 26 ହଜାର ଟଙ୍କା, ପେନସନ ପ୍ରଦାନ କରିବା , ପାଚିକା ମାନକୁଂ ସାମାଜିକ ନିରାପତ୍ତା ପ୍ରଦାନ କରିବା, 4 ଟି ଶ୍ରମ କୋଡ଼ ବାତିଲ କରିବା, ନୁତନ ଶିକ୍ଷା ନିତି 2020 କୁ ବାତିଲ କରିବା, 2022 ବିଦ୍ୟୁତ୍ ର ଘରୋଇ କରଣ ବଦଂ କରିବା, କୃଷକ ବିରୋଧି କୃଷି ଆଇନ୍ ବାତିଲ କରିବା, ଓପିଏସ୍ କୁ ଲାଗୁକରିବା ଓ ଏନପିଏସ ଓ ୟୁପିଏସ କୁ ବାତିଲ କରିବା, 200 ଦିନ କାମ ଦୈନିକ 600 ମଜୂରୀ ପ୍ରଦାନ କରିବା, କର୍ପୋରେଟ ଲୁଟ ବଦଂ କରିବା, ଜଗଂଲ ଆଇନ 2023 ବାତିଲ କରିବା, ସମସ୍ତ କୁଂ ମାଗଣା ବୈଜ୍ଞାନିକ ଶିକ୍ଷା ପ୍ରଦାନ କରିବା, EPF, ESIC ରେ ମଜୁରୀ ସିମା ଉଛେଦ କରିବା, କୃଷି ରୁଣ ଉପରେ ସବସିଡି ପ୍ରଦାନ କରିବା, କୃଷି ଉତ୍ପାଦନ ସର୍ବନିମ୍ନ ସହାୟକ ମୂଲ୍ୟ ଆଇନ ଗତ ଗ୍ୟାରେଣ୍ଟି ପ୍ରଦାନ କରିବା,
ଉପସ୍ଥିତ ଥିଲେ
ମୁନି ଶବର (ଜିଲ୍ଲା ସଭାପତି) ମୁକ୍ତି ଲତା ଶବର, କୈଳାସ ଶବର, ନିରଞ୍ଜନ ବିଡିକା,ମୋଜେସ ବିଡିକା, ସିମାଦ୍ରୀ ପାତିକା, ମୁରଲୀ ମୁଟୁକା ମୋହନ, ମିନ ଶବର, ମୁଟୁକା ତ୍ରିପତି, ପ୍ରତିମା ଶବର, ସମ୍ବରl ଶବର ଅଗୟ ଶବର

Sidha Sambad
Author: Sidha Sambad

Leave a Comment

और पढ़ें