ମିଳିଲା ଜାମିନ ଜଗନ୍ନାଥ ପ୍ରଧାନଙ୍କୁ ।

👇समाचार सुनने के लिए यहां क्लिक करें

ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ । ଜାମିନ ପ୍ରଦାନ କଲେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‍ । ୩୦ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରିଛନ୍ତି ଦୌରାଜଜ୍‍ । ବିଏମସି ଅତିରିକ୍ତ ଆୟୁକ୍ତଙ୍କୁ ମାଡ ଘଟଣାରେ ଗିରଫ ହୋଇଥିଲେ ଜଗନ୍ନାଥ । ଘଟଣାରେ ଗିରଫ ହୋଇ ୧୪ଦିନିଆ ବିଚାର ବିଭାଗୀୟ ହାଜତରେ ଥିଲେ ଜଗନ୍ନାଥ । ଏହି ଘଟଣାରେ ଅନ୍ୟ ୫ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା । ଆଜି ସେମାନଙ୍କର ମଧ୍ୟ ଜାମିନ ଆବେଦନର ଶୁଣାଣି ହେବ ବୋଲି ସୂଚନା ମିଳିଛି ।

Sidha Sambad
Author: Sidha Sambad

Leave a Comment

और पढ़ें