ସ୍ୱାମୀ ନାମରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ |

👇समाचार सुनने के लिए यहां क्लिक करें

ସ୍ୱାମୀ ନାମରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ |

ନୀଳଗିରି, ୧୧/୭(ସିଧାସମ୍ବାଦ); ବିବାହର ୬ ବର୍ଷ ପରେ ସ୍ୱାମୀ ଅଧିକ ଯୌତୁକ ଦାବୀ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ଥାନାରେ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି | ଏପରିକି ପରକିଆ ପ୍ରୀତିରେ ସ୍ୱାମୀ ଛନ୍ଦି ହୋଇପଡ଼ିଥିବା ମଧ୍ୟ ସ୍ତ୍ରୀ ସଂଗୀନ ଅଭିଯୋଗ ଆଣିଛନ୍ତି | ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ନୀଳଗିରି ଥାନା ଅଧିନ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଜେମାଦେଇପୁର ଗ୍ରାମରେ | ଗ୍ରାମର ଗଦାଧର ବେହେରାଙ୍କ ପୁଅ ବୈକୁଣ୍ଠ ବେହେରା ସୁଦୂର ଭଦ୍ରକ ଜିଲ୍ଲା ଚୂଡ଼ାମଣୀ ଗ୍ରାମର ରତିକାନ୍ତ ରଣା ଙ୍କ ଝିଅ ମଧୁସ୍ମିତା ରଣା ଙ୍କୁ ୨୦୧୯ ମସିହାରେ ବୈଦିକ ରୀତିରେ ବିବାହ କରିଥିଲେ | ବିବାହ ବେଳେ ଶ୍ୱଶୁର ଘର ପକ୍ଷରୁ ଯୌତୁକ ପାଇଥିଲେ | ବିବାହର କିଛି ବର୍ଷ ପରେ ଯୌତୁକ ଲୋଭି ସ୍ୱାମୀ ବାପା ଘରୁ ଅଧିକ ଯୌତୁକ ଆଣିବାକୁ ସ୍ତ୍ରୀ କୁ ବାଧ୍ୟ କରାଉଥିଲେ | ଏଥିରେ ସ୍ତ୍ରୀ ଅରାଜି ହେବାରୁ ମାରପିଟ କରିବା ସହିତ ମାନସିକ ଯନ୍ତ୍ରଣା ଦେଇଆସୁଥିଲେ | ତେବେ ଗତ ୧୦ ତାରିଖ ଗୁରୁବାର ରାତିରେ ସ୍ୱାମୀ ବୈକୁଣ୍ଠ ସ୍ତ୍ରୀ ମଧୁସ୍ମିତାଙ୍କ ମଧ୍ୟରେ ବଚସା ହୋଇଥିଲା | ଏଥିରେ ସ୍ୱାମୀ ଉତ୍ୟକ୍ତ ହୋଇ ସ୍ତ୍ରୀ ର ବେକରେ ଗାମୁଛା ବାନ୍ଧି ଜୀବନରୁ ମାରିଦେବା କୁ ଉଦ୍ୟମ କରିଥିଲା | କୌଣସି ଉପାୟରେ ମଧୁସ୍ମିତା ସ୍ୱାମୀ କବଳରୁ ଖସି ବାପା ଘର ଲୋକଙ୍କୁ ଫୋନ ଯୋଗେ ସବୁକଥା କହିଥିଲା | ତେବେ ବାପ ଘର ଲୋକ ରାତିରେ ପହଞ୍ଚି ମଧୁସ୍ମିତା ଙ୍କୁ ଉଦ୍ଧାର କରି ନୀଳଗିରି ଥାନାରେ ଦ୍ୱାରସ୍ଥ ହୋଇ ସ୍ୱାମୀ ନାମରେ ଲିଖିତ ଅଭିଯୋଗ କରିଥିଲେ | ସ୍ତ୍ରୀ ର ଅଭିଯୋଗ ପାଇ ସ୍ୱାମୀ ନାମରେ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇ ପୋଲିସ ତଦନ୍ତ ଚଳାଇଛି |

Sidha Sambad
Author: Sidha Sambad

Leave a Comment

और पढ़ें