ବେଗୁନିଆସ୍ଥିତ ନୂଆସାହି ଜଗନ୍ନାଥ ମନ୍ଦିର ପରିଚାଳନା କମିଟି”ମୁକ୍ତି ପସରା”

👇समाचार सुनने के लिए यहां क्लिक करें

ବେଗୁନିଆ,୧୩/୦୭(ସିଧା ସମ୍ବାଦ): ତରଫରୁ ଗତ ମଇ ମାସ ୩୦ ତାରିଖରେ ଭୂଇଁପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଅବସର ନେଇଥିବା ପ୍ରଧାନ ଶିକ୍ଷୟିତ୍ରୀ,ସମାଜସେବୀ, ବୃକ୍ଷପ୍ରେମୀ ତଥା ଜଗନ୍ନାଥ ପ୍ରେମୀ ସୁଶ୍ରୀ ପ୍ରତିମା ପ୍ରଧାନଙ୍କୁ ଅତିଥି ମାନେ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। । କାଶୀନାଥ ପଟ୍ଟନାୟକଙ୍କ ସଂଯୋଜନାରେ ପ୍ରାରମ୍ଭରେ ଜଗନ୍ନାଥଙ୍କ ପାଖେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଗାୟକ ପ୍ରଦୀପ୍ତ କିଶୋର ତ୍ରୀପାଠୀ ଆବାହନୀ ସଙ୍ଗୀତ ଗାନ କରିଥିଲେ। ଏଥିରେ ଅନୁଷ୍ଠାନର ସଭାପତି ଦୀନବନ୍ଧୁ ଦାଶ , ସଂପାଦକ ଶ୍ରୀଯୁକ୍ତ ଭାଗୀରଥି ପରିଡା, ନିତ୍ୟାନନ୍ଦ ପଣ୍ଡା,ଶିକ୍ଷୟତ୍ରୀଙ୍କ ଗୁଣ ଗାନ କରି ପ୍ରତିଭାର ପ୍ରତିମା ଯାହାର ଅନ୍ତ ନାହିଁ କହି ସମସ୍ତେ ଭୂୟଂଶୀ ପ୍ରଶଂସା କରିଥିଲେ। ଏଥିରେ ସୋମନାଥ ସାହୁ,ଲକ୍ଷ୍ମୀଧର ମହାରଣା, ଶ୍ରୀ କୁମାର ସାହୁ, ଶତ୍ରୁଘ୍ନ ସାହୁ, ପ୍ରଦୀପ କୁମାର ସାହୁ, ପତିତପାବନ ବଳବନ୍ତରାୟ ,ପବନି ଭୁଜବଳ,ରାମଚନ୍ଦ୍ର ସାହୁ, ନାରାୟଣ ସାହୁ, ଉମାରାଣି ପଟ୍ଟନାୟକ,ନିରଦ ପ୍ରଭା ପଟ୍ଟନାୟକ, ମଞ୍ଜୁଲତା ଦଳାଇ, ଭାରତୀ ବଳବନ୍ତରାୟ, ଜଗଦୀଶ ଚନ୍ଦ୍ର ପାତ୍ର,ଗୋପୀନାଥ ସେଠୀ,ରୂପକ କୁମାର ରଣା , ବିଭୁ ଚନ୍ଦ୍ର ଦାସ, ସୁବାସ ଚନ୍ଦ୍ର ପଣ୍ଡା ଯୋଗଦାନ କରିଥିଲେ। ଶେଷରେ ପିଣ୍ଟୁ ଭାଇନା ଧନ୍ୟବାଦ ଅର୍ପଣ କରିଥିଲେ ।

Sidha Sambad
Author: Sidha Sambad

Leave a Comment

और पढ़ें