ନୀଳଗିରି,୧୪/୦୭(ସିଧାସମ୍ବାଦ); ନୀଳଗିରି ବ୍ଲକ୍ ଅନ୍ତର୍ଗତ ଗରଡିହି ପଞ୍ଚାୟତର କଳାକାଦ ଓ ଗରଡିହି ଛକ ମଧ୍ୟରେ ଗତକାଲି ବିଳମ୍ୱିତ ରାତିରେ ବାଲେଶ୍ଵରରୁ ଉଦଳା ଅଭିମୁଖେ ଯାଉଥିବା ଓଡି ୦୧ ଏ ୱାଇ ୮୯୯୦ ନମ୍ବର ବିଶିଷ୍ଠ ଏକ କଳା ରଙ୍ଗର ଭେରନା କାର ରାସ୍ତା କଡ଼ରେ ଥିବା ଏକ ବଡ ଆମ୍ବଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବାର ଜଣାପଡିଛି। ଗାଡିଟିର ଏୟାର ବ୍ୟାଗ ପାଇଁ ଡ୍ରାଇଭର ଜଣକ ମୃତ୍ୟୁ ମୁଖର ଅଳ୍ପକେ ବର୍ତ୍ତୀ ଯାଇଥିଲେ। ଗାଡିଟି ଗଛକୁ ପିଟିବା ଫଳରେ ଗାଡିର ଧୂଆଁରେ ସ୍ଥାନଟି ଧୂଆଁମୟ ହୋଇଯାଇଥିଲା। ଗାଡିର ପ୍ରଚଣ୍ଡ ଶବ୍ଦ ଶୁଣି ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଁଚି ଡ୍ରାଇଭରକୁ ଗାଡି ଭିତରୁ ବାହାର କରିଥିଲେ। କିଛି ସମୟ ପରେ ଡ୍ରାଇଭରର ପରିଚିତ ଲୋକ ପହଁଚି ଗାଡି ସମେତ ଡ୍ରାଇଭରକୁ ନେଇଯାଇଥିବାର ସୂଚନା ମିଳିଛି। ତେବେ ଘଟଣା ବାବଦରେ ବରହମପୁର ପୋଲସ ପାଖରେ ସୂଚନା ନଥିବାକୁ ନେଇ ସାଧାରଣ ଜନତାଙ୍କୁ ଆଶ୍ଚର୍ଯ୍ୟ କରିଛି |




