ନୀଳଗିରି ସହରରେ ବିଭିନ୍ନ କ୍ଲବର ଗଣେଶପୂଜାକୁ ନେଇ ପୋଲିସର ଶାନ୍ତି ବୈଠକ। ଆଇନ ଶୃଙ୍ଖଳାକୁ ଗୁରୁତ୍ୱାରୋପ।

👇समाचार सुनने के लिए यहां क्लिक करें

ନୀଳଗିରି -୨୬/୮,ଆରମ୍ଭ ହୋଇଛି ପାର୍ବଣ ଋତୁ। ବିଭିନ୍ନ କ୍ଳବ୍ ଏବଂ ପୀଠମାନଙ୍କରେ ବିଭିନ୍ନ ଦେବଦେବୀଙ୍କ ପୂଜା ଆରାଧନା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଏନେଇ ଆଗାମୀ ଅଗଷ୍ଟ ୨୭ତାରିଖ ଅଗ୍ରପୂଜ୍ୟ ବିଘ୍ନରାଜ ଗଣପତିଙ୍କ ପୂଜାତ୍ସୋବ ପାଇଁ ନୀଳଗିରି ସହରର ବିଭିନ୍ନ କ୍ଲବକୁ ନେଇ ପୋଲିସ ପକ୍ଷରୁ ଏକ ଶାନ୍ତିବୈଠକ ଅନୁଷ୍ଠିତ ହୋଇଥିଲା। ଉପଖଣ୍ଡ ପୋଲିସ ଅଧିକ୍ଷକ ପ୍ରମୋଦ କୁମାର ମଲ୍ଲିକଙ୍କ ଆବାହକତ୍ୱରେ ସହରର ୧୩ଗୋଟି କ୍ଲବର ସଭାପତି, ସମ୍ପାଦକ ଏବଂ ସଦସ୍ୟମାନେ ଏହି ବୈଠକରେ ଯୋଗଦେଇ ନିଜନିଜର ମତ ରଖିଥିଲେ। ତେବେ ସର୍ବସମ୍ମତି କ୍ରମେ ଗଣନାଥଙ୍କ ପୂଜାରେ ୬୦ଡେସିବିଲ ସାଉଣ୍ଡ ବଜାଇବାକୁ ସମ୍ମତି ପ୍ରଦାନ କରିଥିବାବେଳେ ପୂଜା ପେଣ୍ଡାଲରେ ଭଜନ ଜଣାଣ ପରିବେଷଣକୁ ଗୁରୁତ୍ଵଦେବା ସହିତ ଭସାଣୀରେ ଡିଜେ ପରିବର୍ତ୍ତେ ପାରମ୍ପରିକ ବାଦ୍ୟ ବାଜାଇବାକୁ ସହମତି ପ୍ରକାଶ ପାଇଥିଲା। ତେବେ ପୂର୍ବରୁ ଅଗ୍ରୀମ ଦିଆଯାଇଥିବାରୁ ଗୋଟିଏ ନିର୍ଦ୍ଦିଷ୍ଟ ଦିନରେ ବିସର୍ଜନ କରାଯିବା ସମ୍ଭବ ନଥିବାରୁ ସହମତି ହୋଇପାରିନଥିଲା। ଏଥିସହିତ ଭସାଣିର ରୋଡମ୍ୟାପ ପାଇଁ ଆଇଆଇସିଙ୍କୁ ଦାୟିତ୍ବ ଦିଆଯିବା ସହିତ ଦିନେ ଦୁଇଦିନ ମଧ୍ୟରେ କ୍ଲବ୍ ସହିତ ପରାମର୍ଶକରି ଚୁଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଏସଡିପିଓ ସୂଚନା ଦେଇଥିଲେ। ଶାନ୍ତିଶୃଙ୍ଖଳା ରକ୍ଷାକରିବାକୁ ଅଗ୍ରାଧିକାର ଦିଆଯିବାକୁ କ୍ଲବ କତୃପକ୍ଷ ସହମତି ପ୍ରକାଶ କରିଥିଲେ।ଏହି ବୈଠକରେ ନୀଳଗିରି ଆଇଆଇସି ଗୋବର୍ଦ୍ଧନ ନାୟକଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଏବଂ ଗଣମାଧ୍ୟମର ପ୍ରତିନିଧି ସାମିଲ ଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें