ପ୍ରବଳ ବର୍ଷାରେ ବୁଡ଼ିଲା ୪ ପୋଲ, ମାଲକାନଗିରିରୁ ଆନ୍ଧ୍ର ଯୋଗାଯୋଗ ବିଚ୍ଛିନ୍ନ

👇समाचार सुनने के लिए यहां क्लिक करें

ମାଲକାନଗିରି ତା ୦୨ .୦୯ .୨୦୨୫(ସିଧାସମ୍ବାଦ); ମାଲକାନଗିରି ଜିଲ୍ଲାରେ ଗତକାଲି ସନ୍ଧ୍ୟା ସମୟରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲଗାଣ ବର୍ଷା ହୋଇଛିା ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା ୪ଟି ପୋଲ ଉପରେ ୫ ଫୁଟ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଓଡିଶା ସୀମାନ୍ତ ମୋଟୁ ସହ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ଓ ତେଲଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବ୍ରିଜର ଉଭୟ ପାର୍ଶ୍ଵରେ ଯାତ୍ରୀ ଏବଂ ଶହ ଶହ ଯାନବାହନ ଅଟକି ରହିଛି। ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଲୋକଙ୍କ ଅଭିଯୋଗ ଗତ ଏକ ମାସ ଭିତରେ ପାଞ୍ଚ ଥର ଉକ୍ତ ବ୍ରିଜ ଗୁଡିକ ବୁଡ଼ି ସାରିଛି। ତଳୁଆ ବ୍ରିଜ ହୋଇଥିବା କାରଣରୁ ବାରମ୍ବାର ବୁଡ଼ୁଛି। ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା କାଙ୍ଗୁରୁକୋଣ୍ଡା, ଏମଭି ୯୬, ଏମଭି ୯୦ ଓ ମହାରାଜପଲ୍ଲି ବ୍ରିଜ ବନ୍ୟା ପାଣିରେ ବୁଡି ରହିଛି। ଏହି ଅଂଚଳରେ ନୂତନ ବ୍ରିଜ ଗୁଡିକ ନିର୍ମାଣଧୀନ ହେଉଥିବା ବେଳେ ପୋଲ କାର୍ଯ୍ୟ ଅଧାରେ ଅଟକି ରହିଛି। କେବେ କାର୍ଯ୍ୟ ସମାପ୍ତ ହେବ ଏବଂ ଲୋକେ ସୁରଖୁରରେ ଗମନାଗମନ କରିପାରିବେ ବୋଲି ଅଭିଯୋଗ ହୋଇଛି

Sidha Sambad
Author: Sidha Sambad

Leave a Comment

और पढ़ें