ନୀଳଗିରି, ୨୬/୮: ଶୈବପୀଠରେ ଅପବିତ୍ରତା ଏକ କଳଙ୍କିତ ଅଧ୍ୟାୟ, ବାଲେଶ୍ଵର ଜିଲ୍ଲା ନୀଳଗିରିରେ ଥିବା ବାବା ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ଭକ୍ତଙ୍କ ସଂଖ୍ୟା ଯେଭଳି ଭାବେ ବଢୁଛ। ହୋଟେଲ ବ୍ୟବସାୟ ମଧ୍ୟ ବଢ଼ି ବଢ଼ି ଚାଲିଛି। ବାହାରୁ ଆସୁଥିବା ପର୍ଯ୍ୟଟକ ଓ ଭକ୍ତମାନଙ୍କୁ କିଭଳି ଆପ୍ୟାୟିତ କରିବା ପାଇଁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଯୋଗଇ ମୋଟା ଅଙ୍କର ଅର୍ଥ ଇନ୍କମ୍ ହୋଇପାରିବ, ସେଥି ପାଇଁ କିଛି ହୋଟେଲ୍ ମାଲିକମାନେ ମାହିର୍ ହୋଇ ଯାଇଛନ୍ତି । କିଏ କହୁଛି ଜଙ୍ଗଲରେ ଥିବା ପଶୁ ପକ୍ଷୀମାନଙ୍କ ବିଶେଷଜ୍ଞ କିଏ କହୁଛି ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ନିପଟ ଆଦିବାସୀ ଝିଅଙ୍କୁ ନେଇ କମ୍ କପଡ଼ାରେ ସଜାଇ ଢୋଲ ମାଦଳ ବଜାଇ ନାଚ ଗୀତରେ ଆପ୍ୟାୟୀତ କରିବା ପାଇଁ ଆମ୍ଭେ ମାହରି, ଆଉ କିଛି ହୋଟେଲ୍ରେ ଯୁବକ ଯୁବତୀ, ପ୍ରେମୀ ଯୁଗଳ ଓ ବାହାରୁ ଦେହ ବ୍ୟବସାୟ ପାଇଁ ଆସୁଥିବା ଯୁବତୀମାନଙ୍କୁ ଏଠାରେ ରଖୁବାର ସୁବନ୍ଦୋବସ୍ତ କରାଯାଏ ବୋଲି ପର୍ଯ୍ୟଟକମାନଙ୍କୁ ଗୁପ୍ତ ମନ୍ତ୍ରଣା ଦିଅନ୍ତି । ଏଭଳି କରିବା ଦ୍ବାରା ତାଙ୍କର ଭଲ ଦିପଇସା ରୋଜଗାର ହେବାରେ ଲାଗିଛି। କିଏ ହୋଟେଲ ଉପରେ ହୋଟେଲ କଲାଣିତ, କିଏ ନେସ୍ନାଲ ସଡ଼କ କଡ଼ରେ ହୋଟେଲ କଲାଣି, କିଏ ପୁଣି ଜିଲ୍ଲା ବାହାରେ ହୋଟେଲ ନିର୍ମାଣ କଲାଣି। ଏଥିରେ କିନ୍ତୁ ନୀଳଗିରି ଅଞ୍ଚଳରେ ବ୍ୟାପକ ପବିତ୍ରତା ନଷ୍ଟ ହୋଇ ହୋଇ ଚାଲିଛି | ନେତାମାନେ ଏହି ଶୈବପୀଠର ବିକାଶ ପାଇଁ ବିଭିନ୍ନ ପ୍ରକାର ଚେଷ୍ଟା ଜାରୀ ରଖୁଥୁଲା ବେଳେ ହୋଟେଲ୍ ମାଲିକମାନେ ବ୍ୟବସାୟୀକ କେଳେଙ୍କାରୀ କରି ଦିପଇସା ରୋଜଗାର କରିବା ପାଇଁ ଚେଷ୍ଟିତ ଅଛନ୍ତି | ଆମ୍ଭେ ଏ ସୂଚନା ଦେବାକୁ ଯାଉଛୁ କି ବିଗତ ବର୍ଷ ମାନଙ୍କରେ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ବହୁ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଘଟଣା ମନରୁ ନଲିଭୁଣୁ କିଛି ଯୁବକଙ୍କୁ ହତ୍ୟା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇସାରିଛି। ଏଗୁଡ଼ିକ ବିଶେଷତଃ ହେଲା ପ୍ରେମ ଜନୀତ ଘଟଣା ଓ ହୋଟେଲ୍ରେ ରହିବା ଅବସ୍ଥାରେ ମନାନ୍ତର ଘଟଣା, ଟଙ୍କା ପଇସାକୁ ନେଇ ଘଟଣା, ଆଉ କିଛି ପୂର୍ବରୁ
ଷଡ଼ଯନ୍ତ୍ର କରି ଏଠାକୁ ଆଣି ହତ୍ୟା କରିବା ଘଟଣା ନଜରକୁ ଆସିଛି । କିନ୍ତୁ ଏ ସବୁରି ମୂଳରେ ଦାୟୀ ହେବାରେ ମୂଖ୍ୟ ଭୂମିକା ହୋଟେଲ୍ ମାଲିକ ନିଅନ୍ତି ବୋଲି ଏଡ଼ାଇ ଦିଆଯାଇ ନପାରେ। କିଛି ଦିନ ତଳେ ପୋଲିସ୍ ପକ୍ଷରୁ ଖାନ୍ତଲାସ୍ ମଧ୍ୟ ହେଟେଲ ମାନଙ୍କରେ କରାଯାଇଛି। ଆଗରୁ ଖବର ପାଇ ସତର୍କ ହୋଇ ଯାଉଥିବାରୁ ପୋଲିସ୍ କିଛି ଟେର୍ ପାଉନି। ପବିତ୍ରତା ରକ୍ଷା ପାଇଁ ୨୪ ଘଣ୍ଟିଆ ଯାଞ୍ଚ ଆବଶ୍ୟକ ବୋଲି ସାଧାରଣରେ ଦାବୀ କରାଯାଉଛି ।




