୨୨ଦିନ ପରେ ଧାରଣାରୁ ଉଠିଲେ ମୋହରିର ସଂଘ।

👇समाचार सुनने के लिए यहां क्लिक करें

ନୀଳଗିରି- ୩/୯(ସିଧାସମ୍ବାଦ);
ଜମି ପଞ୍ଜିକରଣ ନିୟମରେ ବିଭିନ୍ନ କଟକଣା ଥିବା କାରଣରୁ ଜିଲ୍ଲା ମୋହରିର ସଂଘ ନିଷ୍ପତି ଅନୁଯାୟୀ ଅଗଷ୍ଟ ମାସ ୧୨ ତାରିଖରୁ ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ନୀଳଗିରି ମୋହରିର ସଂଘର କର୍ମକର୍ତ୍ତା ମାନେ କାର୍ଯ୍ଯ ବନ୍ଦ ଧାରଣ ଦେଇଥିଲେ।ଯାହାକୁ ନେଇ ଜିଲ୍ଲା ମୋହରିର ସଂଘ ପକ୍ଷରୁ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବା ସହ ଡବ୍ଲୁପିସି ୨୩୯୩୪ ରେ କେସ ରୁଜୁ କରିଥିଲେ।ମୋହରିର ସଂଘ ଧାରଣାରେ ବସିବା କାରଣରୁ ସାଧାରଣ ଜନତାଙ୍କ ଜମି ପଞ୍ଜୀକରଣରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ।ଫଳରେ ଆଜି ଅପରାହ୍ନରେ ଉପନିବନ୍ଧକ ପ୍ରଦୀପ କୁମାର ଦାସ ଓ ଓକିଲ ସଂଘର ସଭାପତି ଓ ସମ୍ପାଦକଙ୍କ ଧାରଣା ପ୍ରତ୍ୟାହୃତ କରିବା ପାଇଁ ଅନୁରୋଧ କରିଥିଲେ।ସାଧାରଣ ଲୋକଙ୍କ ହିତ ଓ ଅଧିକାରୀଙ୍କ ଅନୁରୋଧକୁ ସମ୍ମାନ ଜଣାଇ ମୋହରିର ସଂଘର ସଦସ୍ୟମାନେ ଧାରଣା ପ୍ରତ୍ୟାହୃତ କରିବା ସହ ଆସନ୍ତା କାଲିଠାରୁ କାର୍ଯ୍ଯରେ ଯୋଗ ଦେବେ ବୋଲି ନିଷ୍ପତି ନେଇଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें