ନିଖିଳ ଓଡ଼ିଶା ବୈଧମାପ ବିଜ୍ଞାନ ଅଧିକାରୀ ସଂଘର ୪୦ତମ ବାର୍ଷିକ ସାଧାରଣ ବୈଠକ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱାରୋପ

👇समाचार सुनने के लिए यहां क्लिक करें

ଭୁବନେଶ୍ୱର(ସିଧାସମ୍ବାଦ); ନିଖିଳ ଓଡ଼ିଶା ବୈଧମାପ ବିଜ୍ଞାନ ଅଧିକାରୀ ସଂଘର ୪୦ତମ ବାର୍ଷିକ ସାଧାରଣ ପରିଷଦ ବୈଠକ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ବୈଧମାପ ବିଜ୍ଞାନ ନିର୍ଦ୍ଦେଶାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ବୈଠକକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ମନ୍ତ୍ରୀ ଶ୍ରୀ ପାତ୍ର ବିଭାଗକୁ ଅଧିକ କ୍ରିୟାଶୀଳ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିନିମନ୍ତେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗ କାମନା କରିବା ସହ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଥିଲେ । ରାଜ୍ୟରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ କରିବା ପାଇଁ ବୈଧମାପ ବିଜ୍ଞାନ ବିଭାଗକୁ ଅଧିକ କ୍ରିୟାଶୀଳ ହୋଇ କାର୍ଯ୍ୟ କରିବା ସହ ବିଭିନ୍ନ ସମୟରେ ନିୟମିତ ଯାଞ୍ଚ କରାଯାଇ ପାରିଲେ ଖାଉଟି ମାନେ ଉପକୃତ ହୋଇ ପାରିବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ମତବ୍ୟକ୍ତ କରିଥିଲେ ।

ଏହି ବୈଠକରେ ରାଜ୍ୟର ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ନିୟନ୍ତ୍ରକ ଶ୍ରୀ ତ୍ରିଲୋଚନ ଦାଶ, ବରିଷ୍ଠ ଯୁଗ୍ମ ନିୟନ୍ତ୍ରକ ଶ୍ରୀ ହରିଶଙ୍କର ପଟ୍ଟନାୟକ, ନିୟନ୍ତ୍ରକ ଶ୍ରୀ ବିଶି କେଶନ ଦେହୁରୀ ପ୍ରମୁଖ ଉପସ୍ଥିତ ସଭ୍ୟମାନଙ୍କୁ କାର୍ଯ୍ୟଦକ୍ଷତାର ସହ କର୍ତ୍ତବ୍ୟ ସଂପାଦନ ପାଇଁ ପରାମର୍ଶ ଦେଇଥିଲେ । ସଂଘର ସାଧାରଣ ସମ୍ପାଦିକା ଶ୍ରୀମତୀ ସାଗରିକା ସାବତ୍‌ ଏବଂ ସଭାପତି ଶ୍ରୀ ଅଞ୍ଜନ କୁମାର ଜେନା ମନ୍ତ୍ରୀଙ୍କ ନିକଟରେ ସଂଘର ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ । ଉପନିୟନ୍ତ୍ରକ ଶ୍ରୀ ପ୍ରିୟବ୍ରତ ଜେନା ମଞ୍ଚ ପରିଚାଳନା କରିଥିଲେ ।

Sidha Sambad
Author: Sidha Sambad

Leave a Comment

और पढ़ें