ଭୁବନେଶ୍ୱର(ସିଧାସମ୍ବାଦ); ଆସନ୍ତା ୧୮ ତାରିଖରୁ ସପ୍ତଦଶ ବିଧାନସଭାର ଚତୁର୍ଥ ଅର୍ଥାତ ମୌସୁମୀ ଅଧିବେଶନ ଆରମ୍ଭ ହେବ । ଅଧିବେଶନ ଯେପରି ସୁରୁଖୁରୁରେ ଚାଲିବ ସେଥିପାଇଁ ୧୬ ତାରିଖରେ ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକ ଡାକିଛନ୍ତି । ବୈଠକରେ ବିଧାନସଭା ଶୃଙ୍ଖଳିତ ପରିଚାଳନା ନେଇ ବାଚସ୍ପତି ସବୁ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିବେ । ଅଧିବେଶନରେ କେମିତି ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ହେବ, ରାଜ୍ୟର ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉଠାଇବାକୁ କେମିତି ବିରୋଧୀଙ୍କୁ ପୁରା ସୁଯୋଗ ମିଳିବ ସେ ସଂପର୍କରେ ଉଭୟ ଶାସକ, ବିରୋଧୀ ନିଜର ମତ ରଖିବେ । ସୂଚନାଯୋଗ୍ୟ ଯେ ୧୮ ତାରିଖରୁ ଅଧିବେଶନ ଆରମ୍ଭ ହୋଇ ୨୫ ତାରିଖରେ ସରିବ । ଅଧିବେଶନରେ ମୋଟ ୭ଟି କାର୍ଯ୍ୟ ଦିବସ ରହିଛି।




