ନୀଳଗିରି :ପୋଲିସ କନଷ୍ଟେବଲଙ୍କ ବେକରେ ଭୁଜାଲି ଲଗାଇ ଟ୍ରାକ୍ଟର ଛଡାଇ ନେଇଗଲେ ଦୁର୍ବୃତ୍ତ

👇समाचार सुनने के लिए यहां क्लिक करें

ନୀଳଗିରି (ସିଧାସମ୍ବାଦ)APR ପୋଲିସ କନଷ୍ଟେବଲଙ୍କ ବେକରେ ଭୁଜାଲି ଲଗାଇ ଟ୍ରାକ୍ଟର ଛଡାଇ ନେଇଗଲେ ଦୁର୍ବୃତ୍ତ । ଏପରି ଏକ ଖବର ଆସିଛି ନୀଳଗିରିରୁ । ସିଜ୍ ଟ୍ରାକ୍ଟର ଧରି ଆଣିବା ବେଳେ ଅଯୋଧ୍ୟା ଫାଣ୍ଡି ନିକଟରେ ବାଲି ମାଫିଆଙ୍କ ଏପରି ଉତ୍ପାତ ଦେଖିବାକୁ ମିଳିଛି । ସୋନ ନଦୀରୁ ବେଆଇନ୍ ବାଲି ଉଠାଉଥିବା ସମୟରେ ପୋଲିସ ଟ୍ରାକ୍ଚରକୁ ଜବତ କରିଥିଲା । ଖଣି ଅଧିକାରୀ ଚଢ଼ାଉ କରି ଧରିବା ପରେ ସିଜ୍‌ କରି ଆଣୁଥିଲା ପୋଲିସ.ଆହତ କନଷ୍ଟେବଲଙ୍କୁ ତୁରନ୍ତ ନୀଳଗିରି ଉପଜିଲ୍ଲା ହସ୍ପିଟାଲକୁ ନେଇଥିବା ସୂଚନା ମିଳିଛି। ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦୃଷ୍ଟିରେ ବଡ଼ିଆଚିକିତ୍ସା ପାଇଁ ବାଲେଶ୍ୱର ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଖବର।

ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବା ଏବଂ ଟ୍ରାକ୍ଟରଟି ଉଦ୍ଧାର କରିବା ପାଇଁ ବିଶେଷ ଟୀମ୍ ଗଠନ କରାଯାଇଛି ବୋଲି ପୁଲିସ ଅଧିକାରୀମାନେ କହିଛନ୍ତି।

ସ୍ଥାନୀୟ ଅଞ୍ଚଳରେ ଏହି ଘଟଣା ଭୟଙ୍କର ଚର୍ଚ୍ଚାର ସୃଷ୍ଟି କରିଛି। ନିରାପତ୍ତା ବ୍ୟବସ୍ଥାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି।

Sidha Sambad
Author: Sidha Sambad

Leave a Comment

और पढ़ें