ନିଶାଦେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ,୩ ଅଭିଯୁକ୍ତ ଗିରଫ I

👇समाचार सुनने के लिए यहां क्लिक करें

ଭୁବନେଶ୍ବର ୧୪/୦୯(ସିଧାସମ୍ବାଦ)।ରାଜଧାନୀରେ ଏକ ଲଜ୍‌ରେ ନିଶାଦେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ। କଣ୍ଠଶିଳ୍ପୀ ସ୍ବପ୍ନ ଦେଖାଇ ଜଗତସିଂହପୁରରୁ ଭୁବନେଶ୍ବର ଆଣିଥିଲେ ୩ ଅଭିଯୁକ୍ତ। ଅଭିଯୁକ୍ତଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଗତସିଂହପୁରର ଚନ୍ଦନ ହାତୀ ଓରଫ ଚାନ୍ଦୁ, ପ୍ରସନ୍ନ ଆଚାର୍ଯ୍ୟ ଓ ଚନ୍ଦ୍ରଶେଖରପୁରର ରାଜେଶ ଦାସ।ରାଜଧାନୀରେ ଜଣେ ଯୁବତୀ ଗଣଦୁଷ୍କର୍ମ ଶିକାର ହୋଇଛନ୍ତି । ପୀଡ଼ିତାଙ୍କ ପ୍ରେମିକ ମିଥ୍ୟା ବାହାନା କରି ଏକ ଲଜ୍‌କୁ ଡକାଇ ୨ ବନ୍ଧୁଙ୍କ ସହ ମିଶି ଗଣଦୁଷ୍କର୍ମ କରିଛି । ଏଭଳି ସଙ୍ଗୀନ ଅଭିଯୋଗ ପାଇ ଭୁବନେଶ୍ୱର ମହିଳା ଥାନା ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ଜଗତସିଂହପୁର ବିରିଡ଼ି ଥାନା ଚାଷୀଖଣ୍ଡର ଚନ୍ଦୁ ଓରଫ ଚନ୍ଦନ କୁମାର ହାତୀ (୨୫), ସେହିଗ୍ରାମର ପ୍ରସନ୍ନ କୁମାର ଆଚାର୍ଯ୍ୟ(୩୭) ଏବଂ ଜଗତସିଂହପୁର ଥାନା ତୁମ୍ବା ଅଧେଇସାହିର ରାଜେଶ କୁମାର ଦାସ(୩୨) ।

ସୂଚନା ଅନୁଯାୟୀ, ଭୁବନେଶ୍ୱରରେ ରହୁଥିବା ୨୩ ବର୍ଷର ଜଣେ ଯୁବତୀଙ୍କର ଚନ୍ଦନ ସହ ଫେସ୍‌ବୁକ୍‌ ମାଧ୍ୟମରେ ଚିହ୍ନା ପରିଚୟ ହୋଇଥିଲା । ଧୀରେ ଧୀରେ ସେମାନଙ୍କ ସମ୍ପର୍କ ନିବିଡ଼ ହୋଇଥିଲା । ଚନ୍ଦନ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ । ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ଯୋଜନା କରିଥିଲେ । ଚନ୍ଦ୍ରଶେଖରପୁର ପୋଖରାନ ଭିଲେଜରେ ଥିବା ଏକ ଲଜ୍‌ର ତତ୍ତ୍ୱାବଧାରକ ଥିବା ତା’ର ବନ୍ଧୁ ରାଜେଶ ସହିତ ଯୋଗାଯୋଗ କରିଥିଲା । ତା’ର ସହାୟତା ଲୋଡ଼ିଥିଲା । ରାଜେଶ ତାକୁ ଲଜ୍‌ରେ ଏକ ରୁମ୍‌ ଦେବେ ବୋଲି କହିବା ପରେ ଚନ୍ଦନ ନିଜ ଗ୍ରାମର ପ୍ରସନ୍ନଙ୍କୁ ଧରି ଭୁବନେଶ୍ୱରରେ ପହଞ୍ଚିଥିଲା । ଗତ ୧୦ ତାରିଖରେ ଚନ୍ଦନ ଫଟୋ ସୁଟ୍‌ କରିବା ବାହାନାରେ ଉକ୍ତ ଯୁବତୀଙ୍କୁ ପୋଖରାନ ଭିଲେଜରେ ଥିବା ଉକ୍ତ ଲଜ୍‌କୁ ଡକାଇଥିଲା । ଯୁବତୀ ଜଣକ ସେଠାରେ ପହଞ୍ଚିବା ପରେ ଚନ୍ଦନ ତାଙ୍କୁ ଲଜ୍‌ର ଏକ ରୁମ୍‌କୁ ନେଇ ଯାଇଥିଲା । ସେଠାରେ ଯୁବତୀଙ୍କୁ ମୃଦୁପାନୀୟରେ ନିଶା ଦ୍ରବ୍ୟ ମିଶାଇ ପିଆଇ ଦେଇଥିଲେ । ଯୁବତୀ ଜଣକ ଶୋଇ ପଡ଼ିବା ପରେ ଚନ୍ଦନ ତାଙ୍କୁ ଦୁଷ୍କର୍ମ କରିଥିଲା । ଏହାପରେ ରାଜେଶ ଏବଂ ପ୍ରସନ୍ନ ଜଣକ ପରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ । ଚେତା ଫେରିବା ପରେ ଯୁବତୀ ଜଣକ ଦୁଷ୍କର୍ମର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ ।

ପରେ ସେମାନଙ୍କ କବଳରୁ ଖସି ସେ ଘରକୁ ଚାଲି ଆସିଥିଲେ । ଘରେ ପହଞ୍ଚିବା ପରେ ଘଟଣା ସମ୍ପର୍କରେ ତାଙ୍କ ବଡ଼ ଭଉଣୀଙ୍କୁ ଜଣାଇଥିଲେ।​​​​​​​୧୧ ତାରିଖରେ ବଡ଼ଭଉଣୀ ଯୁବତୀଙ୍କୁ ଧରି ମହିଳା ଥାନାରେ ଅଭିଯୋଗ କରିଥିଲେ । ମହିଳା ଥାନା ପୁଲିସ ଏକ ମାମଲା ରୁଜୁକରି ତନାଘନା ଆରମ୍ଭ କରିଥିଲା । ଗତକାଲି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଯୁବତୀଙ୍କ ସମେତ ୩ ଅଭିଯୁକ୍ତଙ୍କର ଡାକ୍ତରୀ ମାଇନା କରାଇଥିଲା ପୁଲିସ । ଆଜି ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ।

Sidha Sambad
Author: Sidha Sambad

Leave a Comment

और पढ़ें