ହାଇୱା ଧକ୍କାରେ ଜଣେ ମୃତ ଘଟଣା ସ୍ଥଳରୁ ଗାଡ଼ି ଫେରାର୍ ।

👇समाचार सुनने के लिए यहां क्लिक करें

ବେଗୁନିଆ(ସିଧାସମ୍ବାଦ) ବେଗୁନିଆ ଥାନା ବୋତଳମା ପଞ୍ଚାୟତ ଅନ୍ତର୍ଗତ ପାଟଣା ଛକରେ ମର୍ମତୁନ୍ତ ସଡ଼କ ଦୁର୍ଘଟଣା। ହାଇୱା ଧକ୍କାରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିବା ସୂଚନା ।ମୃତକ ହେଉଛି ନିକଟସ୍ଥ ବୋତଳମା ପଞ୍ଚାୟତ ଅଠରାଙ୍ଗ ଗ୍ରାମର ରମେଶ ବେହେରା ବୋଲି ଜଣାପଡିଛି । ଗତ ବିଳମ୍ବିତ ରାତିରେ ବୋତଳମା ନିକଟ ପାଟଣା ଛକରେ ଘଟିଛି ଏହି ସଡ଼କ ଦୁର୍ଘଟଣା । ରମେଶ ନିଜର କାମସାରି ଘରକୁ ନିଜ ବାଇକରେ ଫେରୁଥିବା ବେଳେ ପାଟଣା ଛକରେ ସ୍ପଲ ଓ ଗୋଲା ବୋଝେଇ ହାଇୱାଟି ଧକ୍କା ଦେଇ ଫେରାର ହୋଉଯାଇଛି । ଘଟଣା ସ୍ଥଳରେ ବେଗୁନିଆ ପୋଲିସ ପହଂଚି ମୃତକର ଶବ ଜବତ ସହିତ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଏହି ଦୁର୍ଘଟଣାକୁ ନେଇ ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତେଜନା ସୃଷ୍ଟି ହୋଇଛି। ଯାହାଫଳରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଲୋକମାନଙ୍କର କହିବା କଥା କି ଆଗରୁ ବହୁବାର ଏ ସଂକ୍ରାନ୍ତରେ ବ୍ଲକ ଓ ଜିଲ୍ଲା ପ୍ରଶାସନ କୁ ଅଭିଯୋଗ କରିଥିଲେ ମଧ୍ୟ ଅଧିକାରୀ ମାନେ କିଛି ବୁଝିନଥିଲେ । ବର୍ତ୍ତମାନ ଯେଉଁ ଘଟଣା ଘଟିଛି ତାହା ପାଇଁ ଦାୟୀ କିଏ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Sidha Sambad
Author: Sidha Sambad

Leave a Comment

और पढ़ें