ବୋଲଗଡ
(୨୮/୦୯)(ସିଧାସମ୍ବାଦ):ବୋଲଗଡ ବ୍ଲକ ପିଚୁକୁଳି କଲ୍ୟାଣୀ ମଣ୍ଡପ ଠାରେ ବେଗୁନିଆ ଥାନା ଦ୍ୱାରା ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି. ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା ଙ୍କ ଆବାହକତ୍ୱ ରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଯୋଗଦେଇ ପୋଲିସ ଜନତାର ବନ୍ଧୁ. ସାଧାରଣ ଜନତା ପୋଲିସଙ୍କୁ ସହଯୋଗ କଲେ ସମାଜରୁ ଅପରାଧ ହାର କମିବ. ଅପରାଧିକ ତଦନ୍ତ ମଧ୍ୟ ସହଜ ହେବ ବୋଲି ପ୍ରକାଶ କରିଥିଲେ ଅପର ପକ୍ଷରେ ପୋଲିସ ମଧ୍ୟ ସାଧାରଣ ଜନତାଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ. ଅନ୍ୟତମ ଅତିଥି ଭାବରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ନିହାର ରଞ୍ଜନ ପ୍ରଧାନ ସମସ୍ତଙ୍କର ଅଭିଯୋଗ ଙ୍କୁ ସହୃଦୟତର ସହ ଗ୍ରହଣ କରି ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ. ଏହି ବୈଠକରେ ସ୍ଥାନୀୟ ବହୁ ବୁଦ୍ଧିଜୀବୀ ଜନସାଧାରଣ ସରପଞ୍ଚ ଜୟନ୍ତୀ ପ୍ରଧାନ ସମିତିସଭ୍ୟ ସଞ୍ଜୟ କୁମାର ଗୁମାନ ସିଂପବିତ୍ର ମୋହନ ମାଝୀ ପ୍ରମୋଦ ପ୍ରତାପ ସିଂ ବିଜୟ ଗୁମାନସିଂ ସାନପଦର ସରପଞ୍ଚ ବୈକୁଣ୍ଠ ଚରଣ ସ୍ୱାଇଁ ସମିତିସଭ୍ୟ ଦିଲ୍ଲୀପ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ. ପରିଶେଷରେ ଏଏସ ଆଇ ମନୋଜ ଶତପଥୀ ଜନସାଧାରଣ ଙ୍କ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ.




