ପୂର୍ବଛାତ୍ର ଏକତ୍ରୀକରଣ ଉତ୍ସବ ଅନୁଷ୍ଠିତ।

👇समाचार सुनने के लिए यहां क्लिक करें

ନୀଳଗିରି- ୪/୧୦(ସିଧାସମ୍ବାଦ);
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବରହମପୁରରେ ବିଦ୍ୟାଳୟ ସ୍ତରୀୟ ପୂର୍ବଛାତ୍ର ଏକତ୍ରୀକରଣ ଅନୁଷ୍ଠିତ ହୋଇଯାଇଛି ।ଉଚ୍ଚ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇ ଉଚ୍ଚଶିକ୍ଷା ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଏକତା ସୂତ୍ରରେ ବାନ୍ଧି ନିଜନିଜ ମଧ୍ଯରେ ଭାବର ଆଦାନ ପ୍ରଦାନ କରିବା ସହିତ ଜୀବନର ମୂଲ୍ୟବୋଧକୁ ଉଚିତ୍ ମାର୍ଗରେ ଉପଯୋଗ ସହ ଶ୍ରେଷ୍ଠତ୍ୱ ହାସଲ
କରିବା ଏବଂ ବିଦ୍ୟାଳୟ ପ୍ରତି ଥିବା କର୍ତ୍ତବ୍ୟ ବିଷୟରେ ଅବଗତ କରାଇବା ଉତ୍ସବର ମୂଳ ଉଦ୍ଦେଶ୍ୟ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏଥିସହ ରାଷ୍ଟ୍ର ଗଠନରେ ନିଜକୁ ସାମିଲକରି ରାଷ୍ଟ୍ରପ୍ରତି ସମର୍ପିତ ହେବାପାଇଁ ଉପସ୍ଥିତ ଅତିଥିଗଣ ପରାମର୍ଶ ଦେଇଥିଲେ ।ପ୍ରାରମ୍ଭିକ ପର୍ଯ୍ୟାୟରେ ପୂର୍ବତନ ଛାତ୍ରୀ ସୁଶ୍ରୀ ଲିପ୍ସା ପ୍ରିୟଦର୍ଶିନୀ ବେହେରାଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା ।ପରିଚାଳନା ସମିତିର ସମ୍ପାଦକ ଅକ୍ଷୟ କୁମାର ବେହେରାଙ୍କ ସଭାପତିତ୍ୱରେ ପରିଷଦର ସଭାପତି ଅଜିତ୍ କୁମାର ସ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ପରିଷଦ ସମ୍ପାଦକ ମହେଶ୍ବର ସାହୁ ମୁଖ୍ୟବକ୍ତା ଭାବେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।ପ୍ରଧାନ ଆଚାର୍ଯ୍ୟ ଅନସୂୟା ମହାନ୍ତି ଅତିଥିପରିଚୟ ପ୍ରଦାନକରିଥିବା ବେଳେ ଆଚାର୍ଯ୍ୟା ଅନୀତା ଦାସ ମଙ୍ଗରାଜ ଧନ୍ୟବାଦ ଅର୍ପଣ କରିଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें