କ୍ୟାବିନେଟରେ ୪ ନିଷ୍ପତ୍ତିକୁ ଅନୁମୋଦନ।ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ଏବଂ ସିସିଇଏ ବୈଠକରେ ଭିତ୍ତିଭୂମି ସମ୍ବନ୍ଧୀୟ ଚାରୋଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତିଗୁଡ଼ିକ ବିଷୟରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଆଜି କ୍ୟାବିନେଟ ବୈଠକରେ ଚାରୋଟି ପ୍ରମୁଖ ରେଳ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏହି ଚାରୋଟି ରେଳ ପ୍ରକଳ୍ପର ମୂଲ୍ୟ ପ୍ରାୟ ୨୫,୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।




