ଖଣ୍ଡପଡା ଅଞ୍ଚଳର ଆରାଧ୍ଯ ଦେବୀ ମା’ ପାଟ୍ଟଚଣ୍ତୀଙ୍କ ପୀଠ ପରିସରରେ

👇समाचार सुनने के लिए यहां क्लिक करें

ଖଣ୍ଡପଡ଼ା ୧୨|୧୦ (ସିଧା ସମ୍ବାଦ) ଖଣ୍ଡପଡା ଅଞ୍ଚଳର ଆରାଧ୍ଯ ଦେବୀ ମା’ ପାଟ୍ଟଚଣ୍ତୀଙ୍କ ପୀଠ ପରିସରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ଏକ ଶାରଦୀୟ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି।ଅତିଥି ଭାବେ ଡଃ ଅଭିସାର ପଣ୍ଡା,ଡଃ ପ୍ରଦୀପ କୁମାର ପାଇକରାୟ, ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ତ୍ରିଲୋଚନ ବେହେରା ପ୍ରମୁଖ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଏ ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାମ୍ବାଦିକ ଟିଟନ ସାହୁ, ବାଳକୃଷ୍ଣ ରାଉତ, ସୂର୍ଯ୍ୟନାରାୟଣ ପ୍ରଧାନ,ଚିତ୍ତ ଦାସ, ଚିତ୍ତରଞ୍ଜନ ମିଶ୍ର ପ୍ରମୁଖଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମରେ ଖଣ୍ଡପଡ଼ା,କଣ୍ଟିଲୋ ଭାପୁର,ବୋଲଗଡ,ଭୁବନେଶ୍ଵର ଓ କଟକ ଅଞ୍ଚଳରେ କାର୍ଯ୍ୟରତ ଛାପା, ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମର ୪୦ ରୁ ଊର୍ଦ୍ଧ୍ବ ପ୍ରତିନିଧି ଯୋଗ ଦେଇଥିଲେ। ଏ ଅବସରରେ କର୍ତ୍ତବ୍ଯରତ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ଯା ସଂର୍ପକରେ ଆଲୋଚନା କରାଯାଇଥିଲା। ସେହିପରି ମା ପାଟ୍ଟଚଣ୍ତୀଙ୍କ ପୀଠର ସାମଗ୍ରିକ ବିକାଶ ଦିଗରେ ପ୍ରଶାସନିକ ଉଦାସୀନତାକୁ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ଉଦବେଗ ପ୍ରକାଶ କରିଥିବା ବେଳେ ଖଣ୍ଡପଡା ଅଞ୍ଚଳର ପ୍ରମୁଖ ସମସ୍ୟା ଗୁଡ଼ିକ ସମ୍ପର୍କରେ ଆଲୋଚନା ହୋଇଥିଲା।

Sidha Sambad
Author: Sidha Sambad

Leave a Comment

और पढ़ें