ବାଲେଶ୍ବର ୧୫/୧୦(ସିଧାସମ୍ବାଦ); ବାଲେଶ୍ବର ଜିଲ୍ଲାପାଳଙ୍କୁ ଭେଟିଲେ ଜଳେଶ୍ଵର ସରପଞ୍ଚ ସଂଘ। ଜଳେଶ୍ବର ବ୍ଲକର ୨୦୨୨ରୁ ୨୦୨୪ ମଧ୍ୟରେ ବ୍ୟାପକ ଜାଲିଆତି ହୋଇଛି। କିଛି କାମ ଆଂଶିକ କରାଯାଇ ଏହାର ପୂରା ବିଲ ଉଠାଯାଇଛି। କିଛି କାମ ନହୋଇ ମଧ୍ୟ ଏହାର ସମ୍ପୂର୍ଣ୍ଣ ବିଲ କରାଯାଇଛି। କୈ।ଣସି କାମରେ ହିସାବ ନଥିବା ଅଭିଯୋଗ କରିଛନ୍ତି ସରପଞ୍ଚ ସଂଘ। ଦୁର୍ନୀତି ବିରୋଧରେ କୈ।ଣସି ଲୋକ ଲିଖିତ ଅଭିଯୋଗ କଲେ ଏହାକୁ ଦୃଷ୍ଟି ଦିଆଯାଉନଥିଲା। ବ୍ଲକ ଅଫିସରେ ପୂର୍ବରୁ ହୋଇଥିବା ଦୁର୍ନିତିରେ ବ୍ଲକର କିଛି କର୍ମଚାରୀ ସାମିଲ ରହିଛନ୍ତି।ବର୍ତ୍ତମାନର ନୂଆ ବିଡ଼ିଓ ଆସି ଲୋକଙ୍କ ସମସ୍ୟା ଶୁଣୁଛନ୍ତି ଏହାର ସମାଧାନ ମଧ୍ୟ କରୁଛନ୍ତି। ଆବଶ୍ୟକସ୍ଥଳେ କ୍ଷେତ୍ର ପରିଦର୍ଶନ କରି ସତ୍ୟାସତ୍ୟ ଜାଣିବା ପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ବର୍ତ୍ତମାନର ବିଡ଼ିଓଙ୍କ ସଚ୍ଚୋଟତା ପାଇଁ ବ୍ଲକରେ ଦୁର୍ନୀତି ବନ୍ଦ ହୋଇଯାଇଛି। ଯାହାକୁ ସହ୍ୟ କରିପାରୁ ନାହାନ୍ତି କିଛି ଦୁର୍ନିତିଖୋର କର୍ମଚାରୀ। ଏନେଇ ସେମାନେ ବିଡ଼ିଓଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣି ବଦନାମ କରିବା ପାଇଁ ପ୍ରଚେଷ୍ଟା କରୁଛନ୍ତି। ତେଣୁ ବିଡିଓଙ୍କ ସମ୍ମାନ ଓ ବ୍ଲକରେ ପୂର୍ବରୁ ହୋଇଥିବା ଦୁର୍ନୀତିର ସ୍ପେଶାଲ ଅଡିଟ କରିବା ପାଇଁ ସରପଞ୍ଚ ସଂଘ ଦାବି କରିଛନ୍ତି। ଏନେଇ ସେମାନେ ଜିଲ୍ଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଜଣାଇବା ସହ ପୂର୍ବ ଦୁର୍ନୀତିର ସ୍ପେଶାଲ ଅଡିଟ କରିବାପାଇଁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି।




